ପାରାଦ୍ୱୀପ ୟୁନିଟ୍ ଟ୍ରଷ୍ଟ ପକ୍ଷରୁ ନିରାଶ୍ରୟଙ୍କୁ ସହାୟତା ପ୍ରଦାନ

0 124

ପାରାଦ୍ୱୀପ : ପାରାଦ୍ୱୀପ ୟୁନିଟ ଟ୍ରଷ୍ଟ ନିଜକୁ କରୋନା ଯୁଦ୍ଧରେ ସାମିଲ କରିପାରିଛି । କରୋନା ଭୂତାଣୁ ସଂକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟରେ ଆର୍ଥିକ ସଂକଟ ଦେଖାଯାଇଛି । ସେହିପରି କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବହୁନେତା, ମନ୍ତ୍ରୀ, ପ୍ରତିଷ୍ଠାନ, ଅନୁଷ୍ଠାନ ଓ ସାଧାରଣ ଜନତା ନିଜକୁ କରୋନା ଯୁଦ୍ଧରେ ସାମିଲ କରି କରୋନା ସମୟରେ ରାଜ୍ୟ ତଥା ନିଜ ସ୍ଥାନୀୟ ଅଂଚଳରେ ସହାୟତାର ହାତ ବଢାଇଛନ୍ତି । ଏହି କ୍ରମରେ ପାରାଦ୍ୱୀପ ୟୁନିଟ୍ ଟ୍ରଷ୍ଟ ସ୍ୱେଚ୍ଛାସେବୀ ସଂଗଠନ ନିଜସ୍ୱ ପାଣ୍ଠିରୁ ସ୍ଥାନୀୟ ଅଂଚଳରେ ପ୍ରତିଦିନ ଥିବା ନିରାଶ୍ରୟମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେଉଛି ।

hiring

ତତସହିତ ଖାଦ୍ୟ ବଣ୍ଟନ ବେଳେ ଖାଇବା ପୂର୍ବରୁ ସମସ୍ତେ ଭଲ ଭାବରେ ହାତ ଧୋଇବା ପାଇଁ ସାବୁନ୍ ଓ ସାନିଟାଇଜର ମଧ୍ୟ ଯୋଗାଇ ଦିଆଯାଉଛି । ପାରାଦ୍ୱୀପର ବଡପଡିଆଠାରୁ ଆରମ୍ଭ କରି ନେହରୁ ବଙ୍ଗଳାବସ୍ତି, ଲେବଲ କରୋନୀ ଓ ବାଲିଝରା ସ୍ଥିତ ଜରାଶ୍ରମ ଅନ୍ତେବାସୀଙ୍କୁ ରନ୍ଧାଖାଦ୍ୟ ପ୍ରଦାନ ସହ ଥଣ୍ଡା ଜ୍ୱର ମେଡିସିନ ମଧ୍ୟ ଯୋଗାଇ ଦିଆଯାଉଛି । ଏହା ଟ୍ରଷ୍ଟର ଉପଦେଷ୍ଟା ପ୍ରଶାନ୍ତ ସ୍ୱାଇଁ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସଭାପତି ତପନ ସ୍ୱାଇଁ, ସାଧାରଣ ସଂପାଦକ ବିବେକାନନ୍ଦ ମହାପାତ୍ରଙ୍କ ସମେତ ଲୁଡୁକା ମହାନ୍ତି, ଅମୀୟ ମହାନ୍ତି, ସୁଶାନ୍ତ ସ୍ୱାଇଁ, ପ୍ରଦୀପ ମାଝୀ, ବିଜୟ ଲେଙ୍କା, ରାଜେନ୍ଦ୍ର ମହାପାତ୍ର, ମିଦ୍ଦୋଶ ବିଶ୍ୱାଳ, ଶିବ ଦଳେଇଙ୍କ ସହ ଟ୍ରଷ୍ଟର ଅନ୍ୟ ସମସ୍ତ କର୍ମକର୍ତ୍ତା ଓ ସଭ୍ୟମାନେ ପରିଚାଳନା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

one + 17 =