ବୌଦ୍ଧ: କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟବିଭାଗ କର୍ମଚାରୀମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ । ନିଜ ଜୀବନକୁ ବିପନ୍ନକରି ପରିବାରକୁ ପଛରେ ପକାଇ ସେମାନେ ଦେଉଛନ୍ତି ସେବା । ସେଥିପାଇଁ ସେମାନଙ୍କୁ ସରକାର କରୋନା ଯୋଦ୍ଧାର ଆଖ୍ୟା ଦେଇଛନ୍ତି । ଏଭଳି କ୍ଷେତ୍ରରେ ବୌଦ୍ଧ କରୋନା ଯୋଦ୍ଧାମାନେ ମଧ୍ୟ ପଛରେ ପଡିନାହାନ୍ତି । ଅସ୍ଥାୟୀ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମିଳିତଭାବେ ସଂଗ୍ରହକରି ୨୬ହଜାର ଟଙ୍କା ମୁଖ୍ୟମନ୍ତ୍ରୀ କେୟାର ଫଣ୍ଡକୁ ପ୍ରଦାନ କରିଛନ୍ତି । ସେମାନଙ୍କର ପ୍ରତିନିଧିମଣ୍ଡଳୀ ଯାଇ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିବା ଜଣାପଡିଛି । କୋଭିଡ-୧୯ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ଏଭଳି ବଦାନ୍ୟତାକୁ ଜନସାଧାରଣରେ ପ୍ରଶଂସା କରାଯାଇଛି ।