ହାଇଦ୍ରାବାଦରେ ଫସିରହିଛନ୍ତି ବୌଦ୍ଧ ଓ ରେଢାଖୋଲର ଶ୍ରମିକ, ଉଦ୍ଧାର ପାଇଁ ଦାବି

0 815

ବୌଦ୍ଧ:ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦର ବଇନପାଲି ଗୌରୀନଗର ଅଞ୍ଚଳକୁ ୟୁନିଭର୍ସାଲ ଟେଣ୍ଟ ହାଉସରେ କାମ କରିବାପାଇଁ ଯାଇଥିବା ବୌଦ୍ଧସହର ଓ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳର ୧୧ଜଣ ଶ୍ରମିକ ଫସିରହିଛନ୍ତି । ଲକଡାଉନ ଯୋଗୁଁ ବସ୍‌୍ ଓ ରେଳସେବା ବନ୍ଦ ରହିଥିବାରୁ ଘରକୁ ଫେରିବାପାଇଁ ତାଙ୍କର ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି । ଲକଡାଉନ ସମୟରେ ଟେଣ୍ଟ ହାଉସର କାମ ହେଉନଥିବାରୁ ସେମାନେ ହାତଗୋଡ ବାନ୍ଧି ପଡିରହିଛନ୍ତି । ପ୍ରତିଦିନ ଭଲଭାବେ ମୁଠେ ଖାଇବାକୁ ମଧ୍ୟ ମିଳୁନଥିବାରୁ ଭୋକ ଉପାସରେ ଦିନ ବିତାଉଛନ୍ତି । ଘରକୁ ଫେରିବା ପାଇଁ ପରିବାରବର୍ଗଙ୍କ ଦ୍ୱାରା ନାମ ପଞ୍ଜିକରଣ କରାଯାଉଥିଲେ ମଧ୍ୟ ତାଙ୍କ ସହ ସରକାର କିମ୍ବା ପ୍ରଶାସନ କୌଣସି ଯୋଗାଯୋଗ କି ସହାୟତା କରିନଥିବା ପ୍ରକାଶ କରିଛନ୍ତି ।
ସେମାନେ କିଭଳି ନିଜ ଅଞ୍ଚଳକୁ ଶୀଘ୍ର ଫେରିବେ ସେ ଦିଗରେ ବୌଦ୍ଧ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଆକୁଳ ନିବେଦନ କରିଛନ୍ତି । ଗୋଟିଏ ମେସରେ ରହୁଥିବା ୧୧ଜଣ ଯୁବକ ହେଲେ ସରୋଜ ବାରିକ, କାର୍ତ୍ତିକ ବାରିକ, ତ୍ରିନାଥ ବେହେରା, ଜିତୁ ନାଏକ, ଲେସ ବେହେରା, ସନାତନ ବେହେରା, ସଜିଦ ବେହେରା, ପ୍ରତାପ ମିର୍ଦ୍ଧା, ଗଜେନ୍ଦ୍ର ମିର୍ଦ୍ଧା, ପ୍ରକାଶ ମିର୍ଦ୍ଧା, କୌଶିକ ମିର୍ଦ୍ଧା । ଏମାନେ ସମସ୍ତେ ବୌଦ୍ଧ ସହର ଅଞ୍ଚଳର ଓ ଚାରମାଳ ଅଞ୍ଚଳର ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

5 + 8 =