ବାରମ୍ବାର ସଚେତନ କଲା ପରେ ମଧ୍ୟ ରହୁନି ସାମାଜିକ ଦୂରତା

0 123

କନ୍ଧମାଳ ସାରା ଦେଶରେ କରୋନା ଭୁତାଣୁର ମହା ମୁକାବିଲା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି ହେଲେ ଏମିତି କେତେ ଜାଗାରେ ଦେଖିବାକୁ ମିଳିଛି I କେହି ନ ମାନି ମନମୁଖୀ କାର୍ଯ୍ୟ କରିଚାଲିଛନ୍ତି ଏଭଳି ଦେଖିବାକୁ ମିଳିଛି I ବେଲେଘର ଥାନାର ଓଆଇସି ସୁଶାନ୍ତ ଖମ୍ବାରୀ ଓ ଏଏସଆଇ ତପନ ଦାସ ଏକ ମନ୍ଦିର ନିର୍ମାଣ କରିବା ପାଇଁ ଜନଗହଳି କରାଯାଇ ଭୂମି ପୂଜା କରୁଛନ୍ତି I କରୋନା ପାଇଁ ଗାଁଗାଁରେ ଜନସଚେତନା ପାଇଁ କୁହାଯାଉଥିବା ବେଳେ ଏଠାରେ ସାମାଜିକ ଦୂରତା ନ ରଖି ଭୂମି ପୂଜାରେ ବ୍ୟସ୍ତ ଅଛନ୍ତି I

hiring

ଏହାକୁ ଦେଖି ଗ୍ରାମବାସୀଙ୍କ ଅଭିଯୋଗ ହେଉଛି ଲକଡାଉନ ସମୟରେ କାହିଁକି ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କରାଯାଉଛି I ଏହାକୁ ଅନୁମତି ଦେଲା କିଏ ଓ ଏହା ସହ ଶୁଣିବାକୁ ମିଳୁଛି ଏହି ମନ୍ଦିର ନିର୍ମାଣ ପାଇଁ ଟ୍ରାକ୍ଟର ମାଲିକ ଓ ବଡ଼ ବଡ଼ ବ୍ୟବସାୟୀଙ୍କ ଠାରୁ ମଧ୍ୟ ଚାନ୍ଦା ମଗାଯାଉଛି ଏହାକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି I ଏହା ସହ ବେଲଘର ରାସ୍ତା ଦେଇ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ଯିବା ଆସିବା କରିଥାନ୍ତି ଲକଡାଉନ ଥିବା ଯୋଗୁଁ ସିମା ସିଲ କରାଯାଇଛି କିନ୍ତୁ ଏହାକୁ କେହି ମାନୁନଥିବା ଅଭିଯୋଗ ହେଉଛି ଗ୍ରାମବାସୀଙ୍କ ଅଭିଯୋଗ ତୁରନ୍ତ ଏହାର କାର୍ଯ୍ୟାନୁଷ୍ଠାନ ନିଆଯାଉ I

hiranchal ad1
Leave A Reply

Your email address will not be published.

5 + 2 =