ବାତିଲ୍ ହେଲା ମହିଳା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ

0 82

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଏବଂ ଲକ୍‌ଡାଉନ୍ କାରଣରୁ ୨୦୨୧ ମହିଳା ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟକୁ ବାତିଲ୍ କରିଦିଆଯାଇଛି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଏହି ନିଷ୍ପତ୍ତି ଗ୍ରହଣ କରିଛି । ଏହାଛଡ଼ା ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍‌-୨୦୨୨ର ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟକୁ ମଧ୍ୟ ବାତିଲ୍ କରାଯାଇଛି । ଏହିସବୁ ଇଭେଣ୍ଟ ଜୁଲାଇରେ ହେବାର ଥିଲା । ମହିଳା କ୍ରିକେଟ୍ ଇଭେଣ୍ଟ ଶ୍ରୀଲଙ୍କାରେ ଜୁଲାଇ ୩ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିଥାନ୍ତା । ୧୦ଟି ଟିମ୍ ଏଥିରେ ଭାଗ ନେଇଥାନ୍ତେ । ସେମାନେ ଏବେ ବାଂଲାଦେଶ, ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ, ପାକିସ୍ତାନ, ପାପୁଆନ୍ୟୁଗିନି, ଥାଇଲ୍ୟାଣ୍ଡ, ୟୁନାଇଟେଡ୍ ଆମେରିକା, ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ । ଆସନ୍ତାବର୍ଷ ନ୍ୟୁଜିଲ୍ୟାଣ୍ଡରେ ହେବାକୁ ଥିବା ଏହି ବିଶ୍ୱକପ୍ ପାଇଁ ଉପରୋକ୍ତ ୧୦ଟି ଦଳ ମଧ୍ୟରୁ ତିନୋଟି ଦଳ ଯୋଗ୍ୟତା ହାସଲ କରିବାର ଯଥେଷ୍ଟ ସମ୍ଭାବନା ଥିବା ନେଇ ସମୀକ୍ଷକମାନେ ପ୍ରକାଶ କରିଥିଲେ । ତେବେ ବର୍ତ୍ତମାନର କରୋନା ପରିସ୍ଥିତି ଦୃଷ୍ଟିରୁ ଏହି ଇଭେଣ୍ଟ ଆୟୋଜନ କରାଯିବା ଠିକ୍ ହେବ କି ନାହଁ ସେ ନେଇ ପରିଷଦ ସଦସ୍ୟ ତଥା ସମ୍ପୃକ୍ତ ଦେଶଗୁଡ଼ିକର ସରକାରମାନଙ୍କ ସହ ଆଇସିସି ଆଲୋଚନା କରିଥିଲା । ଏହାପରେ ଇଭେଣ୍ଟ ବାତିଲ୍ କରାଯିବା ନେଇ ଆଜି ନିଷ୍ପତ୍ତି ନିଆଯିବା ସହ ଘୋଷଣା ମଧ୍ୟ କରାଯାଇଛି । ଏ ନେଇ ଆଇସିସି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି । ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍‌-୨୦୨୨ ଜୁଲାଇ ୨୪ରୁ ୟୁରୋପିଆନ୍ ରିଜିଓନାଲ୍ କ୍ୱାଲିଫାୟାର ସହ ଆରମ୍ଭ ହୋଇଥାନ୍ତା ।୧ ଏହା ଜୁଲାଇ ୩୦ ତାରିଖରେ ଶେଷ ହେବାର କାର୍ଯ୍ୟସୂଚୀ ରହିଥିଲା । ପ୍ରକାଶଥାଉକି, ଏହା ପୂର୍ବରୁ ବହୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟକୁ ସ୍ଥଗିତ ଓ ବାତିଲ୍ କରାଯାଇ ସାରିଛି ।

hiranchal ad1
Leave A Reply

Your email address will not be published.

13 + 17 =