ମାଳଦ୍ୱୀପ : ଅନ୍ୟ ଦେଶଗୁଡ଼ିକ ଭଳି ମାଳଦ୍ୱୀପ ମଧ୍ୟ କରୋନାର ମୁକାବିଲା କରୁଛି । ମାଳଦ୍ୱୀପ ଭାରତର ଏକ ବନ୍ଧୁ ରାଷ୍ଟ୍ର । ବର୍ତ୍ତମାନ ଭାଇରସ ସଂକ୍ରମଣ ଏବଂ ଲକ୍ଡାଉନ୍ ଯୋଗୁଁ ସେହି ଦେଶରେ ଖାଦ୍ୟ ସଂକଟ ଦେଖାଦେଇଛି । ତା\’ସହିତ ବିଭିନ୍ନ ପ୍ରକାର ଔଷଧ ଓ ମେଡ଼ିକାଲ୍ ଉପକରଣର ମଧ୍ୟ ଅଭାବ ରହିଛି । ଏଭଳି ଏକ ଦୁର୍ଦ୍ଦିନରେ ଭାରତ ପକ୍ଷରୁ ସହାୟତା ସ୍ୱରୂପ ସେଠାକୁ ୫୮୦ ଟନ୍ ଖାଦ୍ୟ ସାମଗ୍ରୀ ଓ ମେଡ଼ିକାଲ୍ ଉପକରଣ ପଠାଯାଇଛି । ଭାରତୀୟ ଯୁଦ୍ଧ ଜାହାଜ ଆଇଏନ୍ଏସ୍ କେଶରୀ ଯୋଗେ ଏହି ରିଲିଫ୍ ସାମଗ୍ରୀ ପଠାଯାଇଛି ଏବଂ ତାହା ଇତିମଧ୍ୟରେ ସେଠାରେ ପହଞ୍ଚିଥିବା ଜଣାପଡ଼ିଛି । ସେହିପରି, ଭାରତ ଅନ୍ୟ କେତେକ ଦେଶକୁ ମଧ୍ୟ ସାହାଯ୍ୟ ପଠାଇଛି । ଏଭଳି ସାହାଯ୍ୟ ପ୍ରଦାନ ପାଇଁ ଭାରତ \”ଅପରେସନ ସମୁଦ୍ର ସେତୁ\’ ନାମରେ ଏକ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ସୂତ୍ରରେ ମାଳଦ୍ୱୀପକୁ ଖାଦ୍ୟସାମଗ୍ରୀ ପଠାଯାଇଛି ।