ଗ୍ରୀନ୍ ଜୋନରେ ବସ ଚାଲିବ କିନ୍ତୁ ୨ଗୁଣ ହେବ ଭଡା

0 106

ଭୁବନେଶ୍ୱର : ଲକଡାଉନ ୩ ନିୟମରେ କୋହଳ କରାଯିବା ସମୟରେ ଗ୍ରୀନ୍ ଜୋନରେ ବସ୍ ଚଳାଚଳ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଘରୋଇ ବସ୍ ମାଲିକ ସଂଘ ଏହାକୁ ଗ୍ରହଣ କରିନଥିଲା । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଗ୍ରୀନ୍ ଜୋନରେ ବସ ଚଳାଇଲେ କ୍ଷତି ହେବ ବୋଲି ବସ୍ ମାଲିକ ସଂଘ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଗଲା । ତେବେ ଇତି ମଧ୍ୟରେ ରାଜ୍ୟ ସରକାର ଗ୍ରୀନ୍ ଜୋନରେ ବସ୍ ଚଳାଚଳ ପାଇଁ ବସ୍ ମାଲିକ ସଂଘ ସହିତ ଆଲୋଚନା କରିଥିଲେ । ଏହା ପରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗ୍ରୀନ୍ ଜୋନରେ ବସ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଥିବା କହିଛନ୍ତି । ତେବେ ବସ୍ ଭଡା ଦୁଇଗୁଣା ବୃଦ୍ଧି କରାଯିବ ବୋଲି ସେ ସୂଚନା ଦେଇଥିଲେ । କ୍ଷତି ହ୍ରାସ ପାଇଁ ଭଡକୁ ଦୁଇଗୁଣ ବୃଦ୍ଧି କରାନଗଲେ ବସ ମାଲିକ ମାନେ ବସ୍ ଚଳାଇବା ସମ୍ଭବ ହେବନି ତେଣୁ ଜରୁରୀ କାମ ଥିବା ଲୋକେ ଦୁଇଗୁଣ ଭଡା ଦେଇ ବସରେ ଯିବାକୁ ମଧ୍ୟ ପଛାଇବେ ନାହିଁ । ଏ ନେଇ ପରିବହନ ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଆସନ୍ତା ଦିନେ ଦୁଇ ଦିନ ଭିତରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବେ ଏବଂ ଗ୍ରୀନ୍ ଜୋନରେ ବସ ଚଳାଚଳ କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

hiranchal ad1
Leave A Reply

Your email address will not be published.

17 + eleven =