ରାଜ୍ୟ ବାହାରୁ ଫେରୁଥିବା ଓଡ଼ିଆଙ୍କ ପାଇଁ ଗଜପତି ଜିଲ୍ଲାପାଳଙ୍କ ଜରୁରୀ ସୂଚନା : ଫେରିବା ଲୋକଙ୍କ ନାମ ଓ ଗାଡିର ପଞ୍ଜିକରଣ ବାଧ୍ୟତାମୂଳକ

0 116

ରାଜ୍ୟ ବାହାରୁ ନିଜ ଜିଲ୍ଲାକୁ ଫେରୁଥିବା ଓଡ଼ିଆ’ଙ୍କ ପାଇଁ ଏଣିକି ସେମାନଙ୍କ ନାମ ଓ ଯେଉଁଥିରେ ଫେରୁଥିବେ ତାର ପଞ୍ଜିକରଣ ହେବା ବାଧ୍ୟତାମୂଳକ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ ଜରୁରୀ ପ୍ରେସ ବିବୃତିରେ ଭିଡିଓ ମାଧ୍ୟମରେ ଜଣାଇଛନ୍ତି । ଜିଲ୍ଲାପାଳ ଶ୍ରୀ ଶାହା କହିଛନ୍ତି ଯେ , ବାହାର ରାଜ୍ୟରେ ରହି ଯାଇଥିବା ଶ୍ରମିକ ଭାଇ ଭଉଣୀ ମାନେ ନିଜ ରାଜ୍ୟ ତଥା ଜିଲ୍ଲାକୁ ଫେରୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ସରକାର’ଙ୍କ ପକ୍ଷରୁ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଇଛି ।ସେହି ପୋର୍ଟାଲ ହେଉଛି :-covid19.odisha.gov.in ଯେଉଁ ମାନେ ଫେରିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ନିଜର ନାମକୁ ଏହି ପୋର୍ଟାଲ’ରେ ଅନ-ଲାଇନ’ରେ ପଞ୍ଜିକରଣ କରିବେ ଏବଂ ଏଥି ସହିତ ନିଜେ ବ୍ୟବହାର କରୁଥିବା ତଥା ଆସୁଥିବା ଦୁଇଚକିଆ , ଚାରି ଚକିଆ , ବସ କି ଅନ୍ୟାନ୍ୟ ଯାନବାହାନ’ର ପଞ୍ଜିକରଣ କରିବା ମଧ୍ୟ ବାଧ୍ୟତା-ମୂଳକ ।

hiring

ଅନ୍ୟପକ୍ଷରେ ନିଜ ଅଞ୍ଚଳକୁ ଫେରୁଥିବା ଓଡ଼ିଆ ମାନେ ଆସିବା ବେଳେ ସରକାରଙ୍କ ପ୍ରଦତ୍ତ ତଥା ଦିଆ ଯାଇଥିବା କେଉଁ ନିର୍ଦ୍ଧିଷ୍ଟ ରାସ୍ତା ଦେଇ ଆସୁଛନ୍ତି , ତାହା ମଧ୍ୟ ପଞ୍ଜିକରଣ ବେଳେ ଦର୍ଶାଇବେ ଏବଂ ସେହି ରାସ୍ତା ଦେଇ ହିଁ ଆସିବାକୁ ହେବ । ରାଜ୍ୟ ସରକାର’ଙ୍କ ବିଜ୍ଞପ୍ତି ଅନୁସାରେ ଫେରିବା ବେଳେ ଓଡିଶା ଭିତରକୁ ପ୍ରବେଶ କରିବା ପାଇଁ ନିମ୍ନ ଲିଖିତ ଚିହ୍ନଟ ହୋଇଥିବା ୧୨ ଗୋଟି ସୀମାନ୍ତ ଚେକ-ପୋଷ୍ଟ ତଥା ଚେକିଙ୍ଗ ପଏଣ୍ଟ ନୋଟିଫାଏଡ଼ କରାହୋଇଛି । ସେ ଗୁଡିକ ହେଲା::–(୧)ବିରମିତ୍ର ପୁର(ସୁନ୍ଦରଗଡ଼), (୨)ଚାନ୍ଦିଲି(କୋରାପୁଟ) ,(୩)ଜାମସୋଲା(ମୟୁରଭଞ୍ଜ), (୪)ଖରିଆର ରୋଡ଼(ନୂଆପଡା), (୫)ଲୁହାରଚାଟି(ବରଗଡ଼), (୬)ସୁଙ୍କି(କୋରାପୁଟ), (୭)ଚମ୍ପୁଆ(କେନ୍ଦୁଝର), (୮)ଗିରିସୋଲା(ଗଞ୍ଜାମ), (୯)କେରେଡା(ରାୟଗଡା), (୧୦) ଲକ୍ଷ୍ମଣ ନାଥ(ବାଲେଶ୍ୱର), (୧୧) ମୋଟୁ(ମାଲକାନଗିରି). କେବଳ ସେହି ମାଧ୍ୟମରେ ହିଁ ଆମର ବାହାର ରାଜ୍ୟରୁ ଆସୁଥିବା ଶ୍ରମିକ ଭାଇଭଉଣୀ ମାନେ ବୋର୍ଡର ଚେକିଙ୍ଗ ପଏଣ୍ଟ’କୁ ଆସିବେ , ଯେଉଁଠି’କି ସେମାନେ ଆସୁଥିବା ନିଜର ଓ ଗାଡି’ର ପଞ୍ଜିକରଣ ହୋଇଥିବା ଦେଖାଇବେ । ତା ପରେ ସେଠାରେ ତାଙ୍କର ମେଡିକାଲ ଥର୍ମାଲ ସ୍କ୍ରିନିଙ୍ଗ ହେବ । ଏତଦବ୍ୟତୀତ , ସେମାନଙ୍କ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସେଠାରେ ହୋଇଥିବା ଦେଖିବା ପରେ ହିଁ ସେମାନଙ୍କୁ ଜିଲ୍ଲା’କୁ ଅଣାଯିବ ବୋଲି କହିଛନ୍ତି , ଜିଲ୍ଲାପାଳ ଶ୍ରୀ ଶାହା । ଅନ୍ୟପକ୍ଷରେ , ଆମର ଯେଉଁ ସବୁ ବୋର୍ଡର ଚେକିଙ୍ଗ ପଏଣ୍ଟ ସବୁ କରାହୋଇଛି , ଗଜପତି ଜିଲ୍ଲା’କୁ ପ୍ରବାସୀ ଓଡ଼ିଆ’ଙ୍କ ଆସିବା ପାଇଁ ଗଞ୍ଜାମ ଜିଲ୍ଲା’ର ଗିରିସୋଲା ଗେଟ ଏବଂ ରାୟଗଡା ଜିଲ୍ଲା’ର କେରେଡା ଚେକିଙ୍ଗ ପଏଣ୍ଟ ଦେଇ ଆସିବାକୁ ହେବ । ଏମିତିକି , ଉପରୋକ୍ତ ସୀମାନ୍ତ ଚେକିଙ୍ଗ ପଏଣ୍ଟ ମଧ୍ୟରୁ ଯେ କୋଣସି ଚେକିଙ୍ଗ ପଏଣ୍ଟ ତଥା ଗେଟ ଦେଇ ଆସିପାରିବେ । ଗଜପତି ଜିଲ୍ଲା’ର ଭାଇଭଉଣୀ ମାନେ ଯେଉଁ ମାନେ କି ବାହାର ରାଜ୍ୟରେ ଅଛନ୍ତି ଗେଟ ପଏଣ୍ଟ’କୁ ଆସିବା ପୂର୍ବରୁ ସେମାନଙ୍କୁ ଅନୁରୋଧ କରାଯାଉଛି ଯେ , ପଞ୍ଜିକରଣ ନିଶ୍ଚିତ ଭାବେ କରିବେ ଏବଂ ଯେଉଁ ଗାଡି ପଞ୍ଜିକରଣ କରୁଛନ୍ତି , ସେସବୁ ପଞ୍ଜିକରଣ’ର ସ୍ୱୀକୃତି ପତ୍ର ସାଙ୍ଗରେ ଆଣିଥିବେ ଏବଂ ପଞ୍ଜିକରଣ କରିଥିବା ଗାଡ଼ିରେ ହିଁ ଆସି ଏହି ବୋର୍ଡର ଚେକିଙ୍ଗ ପଏଣ୍ଟ’ରେ ହିଁ ଆସି ପହଞ୍ଚିବେ । ତାପରେ ପଞ୍ଜିକରଣ କରିଥିବା’ର ସ୍ୱୀକୃତି ପତ୍ର ଚେକିଙ୍ଗ ପଏଣ୍ଟ’ରେ ଦେଖାଇ ଦାଖଲ କରିବେ। । ତା ପରେ ପରେ , ପ୍ରକ୍ରିୟା ଆରମ୍ବ ହୋଇ ସେଠାରେ ସମସ୍ତ’ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ ଭାବେ କରାଯିବା ସହ କରେଣ୍ଟାଇନ’ରେ ରଖାଯିବା ପାଇଁ ଅଲିଭା କାଳି ମାଧ୍ୟମରେ ହାତରେ ଷ୍ଟାମ୍ପଇଙ୍ଗ କରାଯିବା ସହ ଇୟର ମାର୍କିଙ୍ଗ ମଧ୍ୟ କରାଯିବ । ତା ପରେ ପରେ ଆମକୁ ସୂଚନା ମଧ୍ୟ ଆସିଯିବ , ଆମେ ସେମାନଙ୍କୁ ଆମର କରେଣ୍ଟାଇନ ତଥା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଯେଉଁ ଚିହ୍ନଟ କରି ରଖିଛୁ , ଜିଲ୍ଲାର ବ୍ଲକ ଓ ପଞ୍ଚାୟତ ସ୍ତର’ରେ , ସେହି କେନ୍ଦ୍ର ଗୁଡିକ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି , ସେଠାରେ ସେମାନ’ଙ୍କୁ ସମସ୍ତ ବ୍ୟବସ୍ଥା ସହ ରଖାଯିବ ବୋଲି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 2 =