କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଛେଳିଆମାଲ ଗ୍ରାମର ମା ତାରିଣୀ ମହିଳା ମଣ୍ଡଳ କରୋନା ଭାଇରସ ତାଲା ବନ୍ଧ ଯୋଗୁଁ ଗରିବ ଲୋକମାନଙ୍କ ସାହାଯ୍ୟ ପାଇଁ କଳାହାଣ୍ଡି ଜିଲ୍ଲା ରେଡ଼କ୍ରସ ରେ ୧୦,୦୦୦ ଟଙ୍କା କଳାହାଣ୍ଡି ଜିଲ୍ଲା ମଙ୍ଗଳ ପାଇଁ ଲଗାଇବାକୁ ଦାନ କରିଛନ୍ତି । ଏହି ଗୋଷ୍ଠି ଆଗରୁ ମଧ୍ୟ ଅନେକ ସମାନ ମଙ୍ଗଳ କାର୍ଯ୍ୟ ଯଥା ଗରିବ ପ୍ରସ୍ତୁତି ମାମାନଙ୍କ ର ଟୀକା କାରଣ ପରିବେଶ ପରିମଳରେ ଉନ୍ନତି ଓ ପାଇଖାନା ଜରୁରୀ ବ୍ୟବହାର କରିବାପାଇଁ ଗୋଷ୍ଠି ଗଠନ କରିଥିବା ସହଯୋଗ ଅନୁଷ୍ଠାନରେ ସହିତ ମିଶି ଅନେକ କାର୍ଯ୍ୟ ରେ ଗ୍ରାମ ପଞ୍ଚାୟତ କୁ ସାହାଯ୍ୟ କରି ଆସୁଛନ୍ତି । ଏହି ଗୋଷ୍ଠୀର ସଭା ନେତ୍ରୀ ଶ୍ରୀମତୀ ଜୟନ୍ତୀ ମାଝୀ ଓ ସଂଗାଦିକା ମୋହିନୀ ଜାନୀ ଗୋଷ୍ଠିର ସମସ୍ତ ସଭ୍ୟ ମାନଙ୍କୁ ସହମିଶି ସମାନ ସେବା ପାଇଁ ସବୁବେଳେ ଚେଷ୍ଟା କରିଆସୁଛନ୍ତି। ଏଣୁ ମା ତାରିଣୀ ମହିଳା ମଣ୍ଡଳରୁ ସହଯୋଗ ଅନୁଷ୍ଠାନର ସଂପାଦକ ଶ୍ରୀ ମୁରଲୀଧର ନାଏକ ଧନ୍ୟବାଦ ଦେଇଛନ୍ତି। ଓ ତାଙ୍କର ସମାନ ମଙ୍ଗଳ କାର୍ଯ୍ୟ ପାଇଁ ତାକୁ ଗ୍ରାମବାସୀ ମାନେ ପ୍ରସଂଶାର କରିଛନ୍ତି ।