୧୯ରୁ ଘରୋଇ ବିମାନସେବା

0 70

ନୂଆଦିଲ୍ଲୀ : ଏବେ ଦେଶ ଭିତରେ ଟ୍ରେନ୍ ସେବା ଆରମ୍ଭ ହୋଇଯାଇଛି । ଆଗକୁ ଆଭ୍ୟନ୍ତରୀଣ ବିମାନ ସେବା ମଧ୍ୟ ଆରମ୍ଭ ହେବ । ଏ ନେଇ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୯ ତାରିଖରୁ ଏହି ସେବା ବିଧିବଦ୍ଧ ଭାବେ ଆରମ୍ଭ ହେବ । ପ୍ରଥମେ ଏୟାର ଇଣ୍ଡିଆ ଯାତ୍ରୀ ପରିବହନ ସେବା ଆରମ୍ଭ କରିବେ । ଲକ୍‌ଡାଉନ୍ ଯୋଗୁଁ ଯେଉଁମାନେ ଘରକୁ ନଯାଇ ବିଭିନ୍ନ ଜାଗାରେ ଅଟକି ରହିଛନ୍ତି, ସେମାନେ ଏହି ସେବାର ସୁଯୋଗ ନେଇପାରିବେ । ତେବେ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଏହି ସେବା ଚାଲିବ ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ଚେନ୍ନାଇ ପାଇଁ ଗୋଟିଏ ବିମାନ ମିଳିଛି । ଏହି ବିମାନ ଚେନ୍ନାଇରୁ କୋଚି ଯାତ୍ରା କରିବ । ସେହିପରି, ଦିଲ୍ଲୀ ପାଇଁ ୧୭୩, ମୁମ୍ବାଇ ପାଇଁ ୪୦, ହାଇଦ୍ରାବାଦ ପାଇଁ ୨୫ ଏବଂ କୋଚି ପାଇଁ ୧୨ ବିମାନ ରହିଛି । ଏହି ସ୍ୱତନ୍ତ୍ର ବିମାନ ସେବା କେବଳ ଏୟାର ଇଣ୍ଡିଆ ହିଁ ଯୋଗାଇବ ।

hiranchal ad1
Leave A Reply

Your email address will not be published.

seventeen + 6 =