ବ୍ରାହ୍ମଣୀଗାଁରେ ଘନଘନ ବିଦ୍ୟୁତ କାଟ ଓ ନେଟୱାର୍କ ସମସ୍ୟାରେ ଅତିଷ୍ଠ ଅଞ୍ଚଳବାସୀ

0 101

ବାଲିଗୁଡା : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକର ବ୍ରାହ୍ମଣୀଗାଁ ସମେତ ଅଞ୍ଚଳର ଆଠ ଗୋଟି ପଞ୍ଚାୟତ ସରାମୁଳୀ,ତାଜୁଙ୍ଗିଆ, ହତିମୁଣ୍ଡା, ଗଦାପୁର, ଝିଞ୍ଜିରିଗୁଡା,କୁମ୍ଭାରୀଗାଁ ଓ କାଟିଙ୍ଗିଆ ପଞ୍ଚାୟତରେ ଅଘୋଷିତ ବିଦ୍ୟୁତ କାଟ ଜାରି ରହିଛି । ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ବ୍ରାହ୍ମଣୀଗାଁ ସବଷ୍ଟେସନ ଅଞ୍ଚଳରେ ଘନଘନ ବିଦ୍ୟୁତ କାଟ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦିନବେଳେ ଅସହ୍ୟ ତାତିକୁ ରାତିରେ ଗୁଳୁଗୁଳି ହେଉଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ମୁଖ୍ୟତଃ ଦଶମ ଓ ଦ୍ୱାଦଶ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଚାଲୁ ରହିଥିବା ବେଳେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ବିଦ୍ୟୁତ ନଥିଲେ ନେଟୱାର୍କ ମଧ୍ୟ ରହୁନି ଫଳରେ ଅନଲାଇନ କାର୍ଯ୍ୟ ହୋଇପାରୁନାହିଁ । ବ୍ରାହ୍ମଣୀଗାଁରେ ବିଏସଏନେଲର ଏକ ମାତ୍ର ଟାୱାର କାର୍ଯ୍ୟ କରୁଥିବା ବେଳେ ଅନ୍ୟ କୌଣସି ବିକଳ୍ପ ହିଁ ନାହିଁ । ଅନ୍ୟ ବିକଳ୍ପ ଭାବେ ବ୍ରାହ୍ମଣୀଗାଁ ରେ ଆଉ ଏକ ଟାୱାର ସ୍ଥାପନ ପାଇଁ ବାରମ୍ବାର ପ୍ରଶାସନିକ ସ୍ତରରୁ ଆରମ୍ଭ କରି ରାଜନୈତିକ ନେତା ମାନଙ୍କ ନିକଟରେ ବାରମ୍ବାର ଦାବୀ ହୋଇ ଆସୁଥିଲେ ବି ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି । ଏଣୁ ବ୍ରାହ୍ମଣୀଗାଁର ତରୁଣ ନାୟକ, ସନ୍ଦୀପ ନାୟକ, ସୁନିତ ବସ୍ତିରାଇ,ଦିଲସନ ବଳିୟାର ସିଂ, ବାଦଲ ଉଥାନ ସିଂଙ୍କ ଆହ୍ୱନ କ୍ରମେ ସମସ୍ତ ଯୁବଗୋଷ୍ଠୀ ପଞ୍ଚାୟତ ସଭାଗୃହରେ ଏକତ୍ରିତ ହୋଇ ଏକ ବୈଠକ କରିଥିଲେ । ଉକ୍ତ ବୈଠକରେ ଗ୍ରାମର ମାରିଆନ ଉଥାନ ସିଂ ଓ ପ୍ରଶାନ୍ତ ନାୟକ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଉକ୍ତ ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

4 × 1 =