ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବାଞ୍ଜିଝାଲ ଗ୍ରାମ ବସଷ୍ଟାଣ୍ଡ ପାଖରେ ଥିବା ପତ୍ରା ଜଙ୍ଗଲରେ ଏକ ଅଜଗର ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହି ଗ୍ରାମର ଜଗ ବରିହା ଆଜି ସକାଳେ କେନ୍ଦୁପତ୍ର ତୋଳୁଥିବା ବେଳେ ଏହା ଦେଖିଥିଲେ । ଜଗ ଅଜଗରକୁ ଉଦ୍ଧାର କରି ମୁଖ୍ୟ ରାସ୍ତାକୁ ଆଣିଥିଲେ । ପରେ ବନ ବିଭାଗ ଖବର ସେଠାରେ ପହଞ୍ଚିଥିଲା ।ଫାଢେଲ ସର୍କଲ ଫରେଷ୍ଟର ଅରବିନ୍ଦ ଧରୁଆ, ଗାର୍ଡ ଶଙ୍କର ସନବେହେରା, ପାଟଣାଗଡ ସେକ୍ସନ ଗଏଲ ମରା ସର୍କଲ ଗାର୍ଡ ନିଲୁ ବରିହା, ଖପ୍ରାଖୋଲ ଧଣ୍ଡା ମୁଣ୍ଡା ସର୍କଲ ଫରେଷ୍ଟର ପଦ୍ମା ମୁଣ୍ା, ପାରାଫରେଷ୍ଟ ରବିନ୍ଦ୍ର ବେହେରାଙ୍କ ସମେତ ସମସ୍ତ ପାରାଷ୍ଟାପ ପହଞ୍ଚି ଅଜଗରକୁ ଉଦ୍ଧାର କରି ନିକଟସ୍ଥ ବାଙ୍କୋଡୋ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।