ଆକାଂକ୍ଷା ମହିଳା ସଂଗଠନ ତରଫରୁ ମାତୃ ଦିବସ ପାଳିତ

0 49

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ଗ୍ରାମରେ ସଙ୍ଗଠନର ଉପଦେଷ୍ଟା ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀଙ୍କ ଅଧ୍ୟକ୍ଷତାରେ ମାତୃ ଦିବସ ପାଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ କଲ୍ୟାଣୀ ମିଶ୍ର ସ୍ୱାଗତ ଭାଷଣ କରିଥିଲେ । ମୁଖ୍ୟ ଅତିଥି ଭାବରେ ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ଯୋଗଦେଇ ମାତୃ ଜାତିର ସୁରକ୍ଷା ଓ ଯତ୍ନ ଉପରେ ଆଲୋଚନା କରିଥିଲେ । ଆକାଂକ୍ଷା ମହିଳା ସଂଗଠନ ର ସଂପାଦିକା ଶ୍ରୀମତି ମିନା କୁମାରୀ ଟହଲ ମାତୃ ଦିବସ ର ତାପର୍ଯ୍ୟ ଓ ସନ୍ତାନ ମାନଙ୍କ ପ୍ରତି ମାଆର ତ୍ୟାଗ ସମ୍ପର୍କରେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଜେନିମା ରଇତ, ଶ୍ରୀମତୀ ଅଞ୍ଜଳି ଗମାଙ୍ଗ ଯୋଗଦେଇ ମାଆର ଶିକ୍ଷା ଓ ସ୍ୱାସ୍ଥ୍ୟ ର ଯତ୍ନ ଉପରେ ଆଲୋଚନା କରିଥିଲେ । ଅନ୍ୟାନ୍ୟ ସଦସ୍ୟ ମାନେ ଯଥା ଶ୍ରୀମତୀ ସୁନୀତା ବେହେରା, ଶ୍ରୀଯୁକ୍ତ ଜୟଦେବ ଗମାଙ୍ଗ,ଭୁସନ୍ୟା ଗମାଙ୍ଗ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ଆଶା ଲତା ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । ସଭାର ଶେଷ ଭାଗରେ ଆଦିବାସୀ ଗୀତ ଓ ନାଚର ଆୟୋଜନ ହୋଇଥିଲା । ଶିଶୁ ମାନଙ୍କ ମଧ୍ୟରେ ମାଆ ଉପରେ ରଚନା ପ୍ରତିଯୋଗିତା ହୋଇଥିଲା । ସମସ୍ତ ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସର୍ବଶେଷରେ ଶ୍ରୀମତୀ ସୂପର୍ଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

four + 12 =