ବୌଦ୍ଧ,୮/୫- ବୌଦ୍ଧ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଜିଲ୍ଲାସ୍ତରୀୟ ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥ ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ରବି ନାରାୟଣ ନନ୍ଦ, ଅବସରପ୍ରାପ୍ତ ଆଇ.ଏ.ଏସ୍ ,ସମ୍ମାନିତ ଅତିଥି ଭାବେ ଡ.ସିଦ୍ଧାର୍ଥ ଶଙ୍କର ପାଢ଼ୀ, ପ୍ରାଧ୍ୟାପକ,ସାହିତ୍ୟ ଏକାଡେମୀ ସଦସ୍ୟ, ଗଞ୍ଜାମ, ଡ.ସଚ୍ଚିଦାନନ୍ଦ ଦେହୁରୀ, ପ୍ରଫେସର, ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର ଓ ପ୍ରବୀର ମହାନ୍ତି, ସୁସାହିତ୍ୟିକ ଯୋଗଦାନ କରିଥିଲେ । ବୌଦ୍ଧଜିଲ୍ଲାର ସାହିତ୍ୟ ଏକାଡେମୀ ସଦସ୍ୟ ଡ.ସଞ୍ଜୟ କୁମାର ପଣ୍ଡା ପୌରହିତ୍ୟ କରିଥିଲେ । ଅନ୍ତରାତ୍ମାରୁ ଅନାବିଳ ଭାବ ସ୍ପନ୍ଦନ ହିଁ ସାହିତ୍ୟକୁ କାଳଜୟୀ କରିପାରେ ବୋଲି ମତ ପ୍ରକାଶ ପାଇଥିଲା । ଉକ୍ତ ଅଧିବେଶନରେ ଦେବାଶିଷ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ । ଏହି ଅଧିବେଶନରେ ଡ.ସଞ୍ଜୟ କୁମାର ପଣ୍ଡାଙ୍କ ପ୍ରଯୋଜିତ “ଭାବପକ୍ଷୀ’ ଆଲବମ୍ ,ଦିଲ୍ଲୀପ ମହାନ୍ତିଙ୍କ “ଇହାଦେ ଗୁଟେ ମଜା ହେଲା’ ପୁସ୍ତକ ସହ ଅନ୍ୟାନ୍ୟ ପୁସ୍ତକ ଓ ଭଜନ ଉନ୍ମୋଚିତ ହୋଇଥିଲା । ଦ୍ୱିତୀୟ ଅଧିବେଶନ, ଆଲୋଚନାଚକ୍ରରେ ଓଡ଼ିଆ ସାହିତ୍ୟରେ ବୌଦ୍ଧଧର୍ମ ବିଷୟରେ ବିଶଦ ଆଲୋଚନା ହୋଇଥିଲା । ଏହି ଅଧିବେଶନରେ ଡ.ହୃଷିକେଶ ପଣ୍ଡା, ମୁଖ୍ୟବକ୍ତା, ଡ. ଦେବାଶିଷ ପାଣ୍ଡିଆ, ଅଧ୍ୟାପକ, ଲଳିତ କୁମାର ମେହେର, ଅଧ୍ୟାପକ, ସଦାନନ୍ଦ ମାହାର, ଅଧ୍ୟାପକ ଓ ଆଦିତ୍ୟେଶ୍ୱର ମିଶ୍ର, କଥାକାର ସମ୍ମାନିତ ବକ୍ତାଭାବରେ ଯୋଗ ଦେଇ ବୌଦ୍ଧ ଜିଲ୍ଲାର ବୌଦ୍ଧ ଧର୍ମ, ସଂସ୍କୃତି ଓ ସାହିତ୍ୟ ଉପରେ ଗଭୀର ରେଖାପାତ କରିଥିଲୋ ଉକ୍ତ ଅଧିବେଶନରେ ସୁସାହିତ୍ୟିକ ଦୁଃଖିଶ୍ୟାମ ବେହେରା ସଭାପତିତ୍ୱ କରିଥିଲେ । ତୃତୀୟ ଅଧିବେଶନ କବିତା ପାଠୋତ୍ସବରେ ବହୁ କବିଙ୍କ ଗହଣରେ ସଂଗ୍ରାମ କେଶରୀ ପୃଷ୍ଟି , ସମ୍ମାନିତ ଅତିଥି ଓ ଡ. ଶରତ ଚନ୍ଦ୍ର ପତି ଅଧ୍ୟାପକ ସଭାପତି ଭାବେ ଯୋଗ ଦେଇଥିଲେ । ଦିଲ୍ଲୀପ ମହାନ୍ତି, ସତ୍ୟ ନାରାୟଣ ସାହୁ ଓ ସନ୍ତୋଷ କର୍ଣ୍ଣ ପ୍ରମୁଖ ସଂଯୋଜନା କରିଥିଲେ ।