କରୋନା ଆଦୌ ଯାଇନପାରେ : ହୁ

0 163

ଜେନେଭା : ବର୍ତ୍ତମାନ ସାରା ବିଶ୍ୱରେ ଲୋକମାନଙ୍କ ମୁହଁରେ ଗୋଟିଏ ପ୍ରଶ୍ନ- ମହାମାରୀ କରୋନା ଭାଇରସ କେବେ ଅପସାରିତ ହେବ । ଏହା ଆଉ କେତେଦିନ ରହିବ ଏବଂ ଏହାର ବ୍ୟାପକତା ଆଗାମୀ ଦିନରେ କିଭଳି ରୂପ ନେବ ସେ ନେଇ ଅସଂଖ୍ୟ ଲୋକ ପ୍ରଶ୍ନ କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଏଭଳି ଏକ ବିବୃତ୍ତି ଜାରି କରିଛି ଯାହା ଚିନ୍ତାର କାରଣ ହୋଇଛି । ସଂଗଠନର ଏମର୍ଜିନ୍ସ ବିଶେଷଜ୍ଞ ମାଇକ୍ ରିଆନ ଅନଲାଇନ ଜରିଆରେ କହିଛନ୍ତି ଯେ, କରୋନା ଭାଇରସ ପୃଥିବୀରେ କେତେଦିନ ପର୍ଯ୍ୟନ୍ତ ରହିବ ତାହା କେହି କହିପାରିବେ ନାହିଁ । ଏହା ଉପରେ କଳ୍ପନାଜଳ୍ପନା କରିବା ମଧ୍ୟ ଉଚିତ୍ ନୁହେଁ । କାରଣ ଏହା ଏକ ଭାଇରସ୍ ଓ ଏହାର ଗତି ଓ ସ୍ଥିତି ସବୁବେଳେ ଅସ୍ଥିର । ଯାହା ମନେ ହେଉଛି କରୋନା ଭାଇରସ କେବେବି ପୃଥିବୀ ପୃଷ୍ଠରୁ ଯାଇନପାରେ । ଏତେଶୀଘ୍ର ଏହା ଅଦୃଶ୍ୟ ବା ଅପସାରିତ ହେଲା ଭଳି ଲାଗୁନାହିଁ । ତେଣୁ ଏହାର ସଂକ୍ରମଣ ଅବଧି ସଂପର୍କରେ ପୂର୍ବାନୁମାନ ଲଗାଇବା ଆଦୌ ଠିକ୍ ନୁହେଁ । ବିଶ୍ୱର କୌଣସି ସଂସ୍ଥା ମଧ୍ୟ ଏ କଥା ନିର୍ଦ୍ଦିଷ୍ଟ ଭାବରେ କହିପାରିବେ ନାହିଁ ଯେ, କରୋନା କେତେଦିନ ରହିବ । ହୁଏତ ଏହା ଏଚ୍‌ଆଇଭି ଭଳି ଦୀର୍ଘ ଅବଧି ପର୍ଯ୍ୟନ୍ତ ରାଜତ୍ୱ କରିପାରେ । ଆମେ ସମସ୍ତେ ବାସ୍ତବବାଦୀ ହେବା ଅତି ଗୁରୁତ୍ୱପୂର୍ଣ୍ଣ । ମୁଁ ଏକଥା ମନେ କରିପାରୁନାହିଁ ଯେ, କେହିବି ଜୋର ଦେି କହିପାରିବେ ଯେ, କରୋନା କେବେ ଅଦୃଶ୍ୟ ହେବ । ଏହା ଉପରେ କେହିବି ପ୍ରତିଶ୍ରୁତି ଦେବା ଉଚିତ୍ ହେବ ନାହିଁ । କାରଣ ଏହାଦ୍ୱାରା ପୁଣି ଏକ ସମସ୍ୟା ସୃଷ୍ଟି ହୋଇପାରେ । ଯଦି କେହି ଜୋର ଦେଇ କହିବେ ଯେ, କରୋନା ବର୍ଷକ ମଧ୍ୟରେ ସମସ୍ତ ହୋଇଯିବ, ତା\’ହେଲେ ଲୋକଙ୍କ ମଧ୍ୟରେ ଆତଙ୍କ ଆହୁରି ବଢିଯିବ ଏବଂ ସେଥିରୁ ଆଉ ଏକ ଜଟିଳ ସମସ୍ୟା ସୃଷ୍ଟି ହେବ । ତେଣୁ ସେଭଳି ପୂର୍ବନୁମାନକରିବା ଅଭ୍ୟାସରୁ ସମସ୍ତେ କ୍ଷାନ୍ତ ରହିବା ଉଚିତ୍ ବୋଲି ରିଆନ୍ କହିଛନ୍ତି ।

hiranchal ad1
Leave A Reply

Your email address will not be published.

five × 2 =