ଲକ୍‌ଡାଉନ ସମୟରେ ବିଦ୍ୟୁତ ବିଭାଗର ବିଲ୍‌ ଚିନ୍ତା !

0 886

ବୌଦ୍ଧ:ଲକଡାଉନ ଲାଗି ସାଧାରଣ ଜନତାଙ୍କ ଜୀବନଯାତ୍ରା ଠପ୍ ହୋଇପଡିଥିବାବେଳେ ବିଦ୍ୟୁତ ବିଭାଗକୁ ଘାରିଛି ଗ୍ରାହକଙ୍କ ଠାରୁ ବିଲ୍ ଆଦାୟ ଚିନ୍ତା । ମାର୍ଚ୍ଚମାସର ବିଲ୍ ଯାହା ଥିଲା ଅପ୍ରେଲ ମାସରେ ମଧ୍ୟ ସେତିକି ଟଙ୍କା ଗ୍ରାହକ ପୈଠ କରିବେ ବୋଲି ସରକାର ନିର୍ଦ୍ଦେଶ ଦେଇଥିଲେ । ଯେମିତି ମେ ମାସ ଆରମ୍ଭ ହୋଇଗଲା ବିଦ୍ୟୁତ ବିଭାଗ ଆଉ ଅପେକ୍ଷା କରିପାରିଲା ନାହିଁ । ସର୍ଭିସ ପ୍ରୋଭାଇଡର ଜରିଆରେ ଲୋକ ଲଗାଇ ଘରଘର ବୁଲି ମିଟର ରିଡିଂ ଓ ବିଲ୍ ପ୍ରଦାନ ସପ୍ତାହେ ହେଲା ଆରମ୍ଭ କରିଦେଇଛନ୍ତି । ମିଟର ରିଡରମାନେ ଘରକୁ ଘର ଯାଇ ମିଟର ରିଡିଂ ଆଣି ବିଲ୍ ପ୍ରଦାନ କରୁଥିବାରୁ ଲୋକେ କରୋନା ସଂକ୍ରମଣ ଆଶଙ୍କା କରିବାସହ ବିଦ୍ୟୁତ ବିଭାଗର ଏ ଆଚରଣକୁ ନାପସନ୍ଦ କରୁଛନ୍ତି । ଏଥିପାଇଁ ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।

hiring


ଗତକାଲି ପୁରୁଣାକଟକ ବିଦ୍ୟୁତ ସେକସନ ଅଞ୍ଚଳରେ ଗ୍ରାହକମାନଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ରାମଗଡ ପଞ୍ଚାୟତର ଉଆଁଳ ଗ୍ରାମରେ ମିଟର ରିଡର ପ୍ରମିଳ ଦନ୍ତା ଘରକୁ ଘର ବୁଲି ମିଟର ରିଡିଂ କରି ବିଲ୍ ଦେଉଥିବାବେଳେ ଗ୍ରାହକମାନେ ପ୍ରତିକ୍ରିୟା ପ୍ରକାଶ କରି ମିଟର ରିଡରଙ୍କୁ ଏ କାମରୁ ବାରଣ କରିଥିଲେ । ମିଟର ରିଡରମାନଙ୍କ ନିକଟରେ କୌଣସି ପରିଚୟପତ୍ର ନଥିବାରୁ ତାଙ୍କୁ ଫେରାଇ ଦେଇଥିଲେ । ବୌଦ୍ଧ ବିଦ୍ୟୁତ ବିଭାଗ ଏସଡିଓ ନରେଶ ଆଚାର୍ଯ୍ୟଙ୍କୁ ଏ ସଂପର୍କରେ ପଚାରିବାରୁ ଏହା ତାଙ୍କ କାମ ନୁହେଁ । ବିଦ୍ୟୁତ ବିଭାଗ ମିଟର ରିଡିଂ ଓ ବିଲ୍ ବଣ୍ଟନ କାମ ସାଇ କଂପ୍ୟୁଟର ନାମକ ଏକ ଘରୋଇ ସଂସ୍ଥାକୁ ଦେଇଥିବା ପ୍ରକାଶ କରିଥିଲେ ।
ବୌଦ୍ଧରେ ୪ଟି କରୋନା ପଜିଟିଭ ଚିହ୍ନଟ ହେବାପରେ ଲୋକେ କରୋନା ସଂକ୍ରମଣକୁ ନେଇ ଆତଙ୍କରେ ଥିବାବେଳେ ଏ ସମୟରେ ଘରକୁ ଘର ବୁଲି ମିଟର ରିଡିଂ କରିବା କାମକୁ ଜନସାଧାରଣରେ ବିରୋଧ କରାଯାଉଛି । ବିଦ୍ୟୁତ ବିଭାଗ ଏ କାମ ବନ୍ଦ କରିବାପାଇଁ ଘରୋଇ ଏଜେନସିକୁ ନିର୍ଦ୍ଦେଶ ଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

five × 5 =