ସଂଗୃହିତ ୧୮୦୮ ସ୍ୱାବ ମଧ୍ୟରୁ ୧୪୮୪ ପରୀକ୍ଷିତ, ସବୁ ନେଗେଟିଭ

0 102

ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ ଗୁରୁବାର ସନ୍ଧ୍ୟା ଯାଏଁ ବିଭିନ୍ନ ସ୍ଥାନରୁ ୧୮୦୮ ସନ୍ଦିଗ୍ଧ ମାମଲାରେ ସ୍ୱାବ ସଂଗ୍ରହକରି ପରୀକ୍ଷା ପାଇଁ ପଠାଯାଇଥିଲା । ତନ୍ମଧ୍ୟରୁ ୧୪୮୪ଟି ପରୀକ୍ଷା ହୋଇଯାଇଛି ଓ ସବୁତକ ନେଗେଟିଭ ବାହାରିଥିବାରୁ ଏପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ସବୁଜ ସୁରକ୍ଷା ବଳୟ ମଧ୍ୟରେ ରହିଛି । ଏହାକୁନେଇ ସ୍ଥାନୀୟ ଜନସାଧାରଣ ଆଶ୍ୱସ୍ତ ରହିଛନ୍ତି । କିନ୍ତୁ ଇତିମଧ୍ୟରେ ଅନ୍ୟରାଜ୍ୟରୁ ପଞ୍ଜିକୃତ ଓ ଅଣପଞ୍ଜିକୃତ ଶ୍ରମିକଙ୍କ ଜିଲ୍ଲାକୁ ଆଗମନ ଅବ୍ୟାହତ ରହିଛି ଏଣୁ କେତେବେଳେ ଯେ ଏହି ଜିଲ୍ଲା ଗ୍ରୀନଜୋନରୁ ଅରେଞ୍ଜ ଜୋନକୁ ଖସିଯିବ ତାହା କହିହେବ ନାହିଁ । ପ୍ରାପ୍ତ ସୁଚନା ଅନୁସାରେ ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ୧୫ହଜାର ବ୍ୟକ୍ତି ବାହାର ରାଜ୍ୟରୁ ଆସିବାପାଇଁ ରାଜ୍ୟ ସରକାରଙ୍କପୋର୍ଟାଲ ଜରିଆରେ ପଞ୍ଜିକୃତ ହୋଇଛନ୍ତି ଓ ଏମାନଙ୍କ ମଧ୍ୟରେ ଶ୍ରମିକ, ଛାତ୍ରଛାତ୍ରୀ ଓ ଅନ୍ୟମାନେ ସାମିଲ ଅଛନ୍ତି । ଏପର୍ଯ୍ୟନ୍ତ ପଞ୍ଜିକୃତ ଓ ଅଣପଞ୍ଜିକୃତ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ବାହାର ରାଜ୍ୟରୁ ଏଠାକୁ ଆସି ପହଞ୍ଚି ଯାଇଛନ୍ତି । ଏଠାକାର ଯେତେ ଲୋକ ବାହାରେ ଅଛନ୍ତି ସେମାନଙ୍କ ଘରବାହୁଡା କେହି ଅଟକେଇ ପାରିବେନାହିଁ । ଏମାନେ ଯଦି ନିୟମାନୁସାରେ ଆଶନ୍ତି ଓ ଟେଷ୍ଟିଂ ପରେ କ୍ୱାରେଣ୍ଟାଇନ କିମ୍ବା ହୋମ ଆଇସୋଲେଶନରେ ରହିବାପାଇଁ ସହଯୋଗ କରନ୍ତି ତାହାହେଲେ କିଛି ଅସୁବିଧା ନାହିଁ । କାରଣ ସେମାନଙ୍କ ମଧ୍ୟରୁ କିଛି ମାମଲା ପଜିଟିଭ ବାହାରିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହୁଥିବାରୁ ଚିନ୍ତାର କୌଣସି କାରଣ ନାହିଁ । କିନ୍ତୁ ଯେଉଁ କିଛି ଲୋକ ଲୁଚିଛପି ଆସୁଛନ୍ତି ସେମାନଙ୍କ ମଧ୍ୟରୁ କେହି ପଜିଟିଭ ବାହାରିପଡିଲେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ରହିଛି ।

hiranchal ad1
Leave A Reply

Your email address will not be published.

1 + 20 =