ଘରୋଇ କ୍ରୀଡ଼ା ଆୟୋଜନ ଉପରେ ଶାସ୍ତ୍ରୀଙ୍କ ଗୁରୁତ୍ୱ

0 79

ନୂଆଦିଲ୍ଲୀ : ବର୍ତ୍ତମାନର ଲକ୍‌ଡାଉନ୍ ସମୟରେ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ । ଦେଶଗୁଡ଼ିକ ଚାହିଁଲେ ସୁଚିନ୍ତିତ ଯୋଜନା ଆଧାରରେ ପୁଣି ଖେଳ କାର୍ଯ୍ୟକ୍ରମ ଆରମ୍ଭ କରିପାରିବେ । ତେବେ ସେମାନେ ଅନ୍ତର୍ଜାତୀୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ବଦଳରେ ବର୍ତ୍ତମାନର ସମୟରେ କେବଳ ଘରୋଇ ଇଭେଣ୍ଟ ଆୟୋଜନ ଉପରେ ଗୁରୁତ୍ୱ ଦେବା ଠିକ୍ ହେବ । ଏଭଳି ମତ ଦେଇଛନ୍ତି ଭାରତୀୟ କୋଚ୍ ରବି ଶାସ୍ତ୍ରୀ । ସେ କହିଛନ୍ତି ଯେ, ଜର୍ମାନୀ ନିଜ ଦେଶ ଭିତରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି । ଏହା କେବଳ ଏକ ଘରୋଇ ଟୁର୍ଣ୍ଣାମେଣ୍ଟ ହେବ । ବିସିସିଆଇ ଚାହିଁଲେ ଏଭଳି ଆୟୋଜନ କରିପାରିବ । ଖେଳାଳିମାନଙ୍କୁ ସକ୍ରିୟ ରଖିବା ଲାଗି ଆଇସୋଲୋସନ କ୍ୟାମ୍ପ କରାଯିବା ଉଚିତ୍ । ତଦ୍ୱାରା ଖେଳାଳିମାନେ ଅଭ୍ୟାସ କରିବା ସହ ପିଚ୍‌କୁ ଆସିପାରିବେ । ବର୍ତ୍ତମାନ ସମୟରେ ବିଶ୍ୱସ୍ତରୀୟ ଇଭେଣ୍ଟ ଉପରେ ମୁଁ ଅଧିକ ଫୋକସ ଦେବାକୁ ଚାହୁଁନାହିଁ । ବରଂ ନିଜ ଦେଶ ଭିତରେ ଚୋଟ ଛୋଟ ଇଭେଣ୍ଟ ଆୟୋଜନ କରାଗଲେ ଖେଳ କାର୍ଯ୍ୟକ୍ରମ ହେବା ସାଙ୍ଗକୁ ଖେଳାଳିମାନେ ସକ୍ରିୟ ରହିବେ ଏବଂ କ୍ରୀଡ଼ା ପ୍ରେମୀମାନେ ପରୋକ୍ଷରେ ଏହାକୁ ଉପଭୋଗ କରିପାରିବେ । ଘରେ ରହି କ୍ରିକେଟକୁ ଉପଭୋଗ କରିହେବ । ଅନ୍ତର୍ଜାତୀୟ ପ୍ରଥମ ଶ୍ରେଣୀ ଭଳି କ୍ରିକେଟ୍ ଇଭେଣ୍ଟ ଆୟୋଜନ କରିବା ବର୍ତ୍ତମାନ ସମ୍ଭବ ନୁହେଁ କି ଉଚିତ୍ ମଧ୍ୟ ନୁହେଁ । ବର୍ତ୍ତମାନ ପାଇଁ କେବଳ ଘରୋଇ ଇଭେଣ୍ଟ ଉପରେ ଫୋକସ ରଖାଯିବା ଆବଶ୍ୟକ । ଖେଳାଳିମାନେ କିଭଳି ବର୍ଷସାରା ସକ୍ରିିୟ ରହିବେ ସେ ନେଇ ବିସିସିଆଇ ଚିନ୍ତା କରିବା ଉଚିତ୍ ବୋଲି ଶାସ୍ତ୍ରୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

13 + two =