୮୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

0 72

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଦିନକୁ ଦିନ ଅଧିକ ଭୟଙ୍କର ହୋଇ ଉଠୁଛି । ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି । ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୬ଶହ ଟପିଲାଣି । ତେବେ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଛି । ଏହା ୨୭,୯୧୯ରେ ପହଞ୍ଚିଛି । ପୂର୍ବପରି ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ରହିଛି । ଇତିମଧ୍ୟରେ କରୋନା ରୋଗର ଚିକିତ୍ସା ପାଇଁ ପ୍ରତିଶେଧକ ଟୀକା ପ୍ରସ୍ତୁତି ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଲ୍ ଗେଟ୍ସଙ୍କ ମଧ୍ୟରେ ଆଜି ଆଲୋଚନା ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆଜି ପ୍ରକାଶିତ ତାଲିକା ଅନୁଯାୟୀ ଆନ୍ଧ୍ରପ୍ରଦେଶରେ ୪୮, ଆସାମରେ ୨, ବିହାରରେ ୭, ଦିଲ୍ଲୀରେ ୧୧୫, ଗୁଜୁରାଟରେ ୫୮୬, ହରିୟାଣାରେ ୧୧, କର୍ଣ୍ଣାଟକରେ ୩୫, ମଧ୍ୟପ୍ରଦେଶରେ ୨୩୫, ମହାରାଷ୍ଟ୍ରରେ ୧୦୧୯, ପଞ୍ଜାବରେ ୩୨, ରାଜସ୍ଥାନରେ ୧୨୫, ତାମିଲନାଡୁରେ ୬୬, ଉତ୍ତରପ୍ରଦେଶରେ ୮୮ ଓ ପଶ୍ଚିମବଙ୍ଗରେ ୨୧୫ ଜଣ ପ୍ରାଣ ହରାଇଲେଣି । ସେହିପରି, ଆନ୍ଧ୍ରପ୍ରଦେଶରେ ୨୨୦୫, ଆସାମରେ ୮୭, ବିହାରରେ ୯୯୪, ଗୁଜୁରାଟରେ ୯୫୯୧, ହରିୟାଣାରେ ୯୧୮, କର୍ଣ୍ଣାଟକରେ ୯୮୭, ମଧ୍ୟପ୍ରଦେଶରେ ୪୪୨୬, ମହାରାଷ୍ଟ୍ରରେ ୨୭,୫୨୪, ତାମିଲନାଡୁରେ ୯୬୭୪, ଉତ୍ତରପ୍ରଦେଶରେ ୩୯୦୨ ଓ ପଶ୍ଚିମବଙ୍ଗରେ ୨୩୭୭ ଜଣ ଆକ୍ରାନ୍ତ ହୋଇସାରିଛନ୍ତି । ଏହିସବୁ ରାଜ୍ୟରେ ଆରୋଗ୍ୟ ହାର ଅବଶ୍ୟ ବୃଦ୍ଧି ପାଉଛି । ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୧୧୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ହରିୟାଣାରେ ୪୩୯, ବିହାରରେ ୪୧୧, ମଧ୍ୟପ୍ରଦେଶରେ ୨୧୭୧,ମହାରାଷ୍ଟ୍ରରେ ୫୦୫୯, ପଞ୍ଜାବରେ ୨୬୩, ରାଜସ୍ଥାନରେ ୨୫୮୦, ତାମିଲନାଡୁରେ ୨୨୪୦, ଉତ୍ତରପ୍ରଦେଶରେ ୨୦୭୨ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

eight − 5 =