ଆଜ୍ଞାମାଳ ଆସିଲା, ଚକରେ ଲାଗିଲା ଅଖ

0 96

ପୁରୀ : ଆଜି ପବିତ୍ର ଭଉଁରୀ । ଏହି ଦିବସରେ ପ୍ରଥା ଅନୁଯାୟୀ ତିନି ରଥର ଚକ ଡେରା ଅନୁକୂଳ ହୋଇଥାଏ । ତଦନୁସାରେ ଆଜି ତିନି ରଥଙ୍କର ଚକ ଡେରା ସଂପନ୍ନ ହୋଇଛି । ଆଜ୍ଞାମାଳ ଆସିବା ପରେ ଏହି ନୀତି ଆରମ୍ଭ ହୋଇଥିଲା । ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଦୁଇଟି ଲେଖାଏଁ ଏହିପରି ମୋଟ ୬ଟି ଚକ, ଗୋଟିଏ ଲେଖାଏଁ ଅଖର ସଂଯୋଗ କାର୍ଯ୍ୟ ସୁରୁଖୁରୁରେ ସଂପନ୍ନ ହୋଇଯାଇଛି ।

hiring

ଅଖଚକ ସଂଯୋଗ କରାଯାଇ ଚକଡେରା ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଥିଲା । ଡେରାଯିବାକୁ ଥିବା ଚକକୁ ନାହାକା ଚକ ଏବଂ ଅଖକୁ ନାହାକା ଅଖ କୁହାଯାଏ । ଏହି ନୀତି ପାଇଁ ଗତକାଲି ସବୁ ପ୍ରସ୍ତୁତି ଶେଷ ହୋଇଥିଲା । ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ବହୁ ବିଳମ୍ବରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟ ଯଥାରୀତ ଚାଲିଛି । ନିର୍ମାଣ କାର୍ଯ୍ୟାରେ ସାମାଜିକ ଦୂରତା ରକ୍ଷା କରାଯାଉଛି । କାର୍ଯ୍ୟରେ ନିୟୋଜିତ ସେବକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି ।

hiranchal ad1
Leave A Reply

Your email address will not be published.

14 − 5 =