ଜୀବିକା ମିଶନ ଦ୍ୱାରା ୪୫ ଜଣ ଚାଷୀଙ୍କୁ ପାଣି ପମ୍ପସେଟ ବଣ୍ଟନ

0 67

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକର ୩୯ ପଞ୍ଚାୟତର ୪୫ ଜଣ ଚାଷୀଙ୍କୁ ପାଣି ପମ୍ପସେଟ ମାଗଣାରେ ଯୋଗାଇ ଦିଆଯାଇଛି । ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜୀବିକା ମିଶନ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାଷି ପାଣି ପମ୍ପ ପାଇ ଖୁସି ବ୍ୟକ୍ତ କରିବା ସହ ଜଳସେଚନ ଦ୍ୱାରା ଫସଲ ଉତ୍ପାଦନ କରି ନିଜର ଆର୍ଥିକ ସୁଦୃଢ ହେବା ସହ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ଏକ ସଫଳ ଚାଷି ହୋଇପାରିବ ଏହାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଅଟେ । ସରକାରଙ୍କ ଏହି ଭଳି କାର୍ଯ୍ୟକ୍ରମକୁ ଚାଷି ମହଲରେ ଖୁସିର ଲହରୀ ଖେଳିଯାଇଛି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର, ଆଇ ଟି ଡି ଏ ର ସ୍ୱତନ୍ତ୍ର ଅଧିକାରୀ ଜ୍ୟୋତି କୃଷ୍ଣ ବେହେରା, ପ୍ରୋଜେକ୍ଟ ପ୍ରକଳ୍ପ ଗୌତମ ସ୍ୱାଇଁ, ସଞ୍ଜୟ ଛଟେଇ,ସରପଞ୍ଚ ସେବତୀ ଗୋମାଙ୍ଗ ଅତିଥି ରୂପେ ଯୋଗ ଦେଇ ଚାଷୀଙ୍କୁ ପାଣିପମ୍ପ ବଣ୍ଟନ କରିଥିଲେ ।

hiranchal ad1
Leave A Reply

Your email address will not be published.

14 + fifteen =