ସାମାଜିକ ସଂଗଠନ ସମର୍ପିତ ପକ୍ଷରୁ ଲକ ଡାଉନ ର ପ୍ରଥମ ଦିନରୁ ବିଭିନ୍ନ ଜାଗାରେ ଅସହାୟ ଲୋକମାନଙ୍କ ପାଇଁ ଖାଦ୍ୟ ର ବ୍ୟବସ୍ଥା କରାଯାଉଛି।ବିଭିନ୍ନ ସମୟରେ ଗରିବ ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ବୁଲା ଜୀବଜନ୍ତୁ ଙ୍କ ପାଇଁ ମଧ୍ୟ ଖାଦ୍ୟ ର ବ୍ୟବସ୍ଥା ଲଗାତାର ଭାବେ ୫୦ଦିନ ହେବ କରି ଆସୁଛନ୍ତି ସମର୍ପିତ ଓଡିଶା ର ସ୍ୱେଚ୍ଛାସେବୀ ମାନେ।
ଆଜି ଭୁବନେଶ୍ୱର ର ଦୁଇଟି ଜାଗାରେ ପ୍ରାୟ ୫୦୦ ଲୋକଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯିବା ସହ ପ୍ରତ୍ୟେକ ଦିନ ପରି ଜୀବଜନ୍ତୁ ମାନଙ୍କ ପାଇଁ ମଧ୍ୟ ଖାଇବା ବ୍ୟବସ୍ଥା କରାଯାଇଛି।
ଆଜିର କାର୍ଯ୍ୟକ୍ରମ ରେ ଓଡିଶା ରାଜ୍ୟ ହାଉସିଂ ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଓ ସାମାଜିକ ସଂଗଠନ ଜୟ ଓଡ଼ିଶା ର ଅଧ୍ୟକ୍ଷ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଯୋଗଦେଇ ଖାଦ୍ୟ ବଣ୍ଟନ କରିବା ସହ ଅନୁଷ୍ଠାନ ପକ୍ଷରୁ କରାଯାଉଥିବା କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ।
ଆଜିର କାର୍ଯ୍ୟକ୍ରମ ରେ ସମର୍ପିତ ର ପ୍ରତିଷ୍ଠାତା ସଦାଶିବ ଜେନା ଙ୍କ ସମେତ ସମ୍ପାଦକ ବିସ୍ମୟ ରାଉତ, ରାଜେଶ ପରିଡା, ସୁଶୀଲକାନ୍ତ ପ୍ରଧାନ ,ସାର୍ଥକ କୁମାର ପରିଡା ଙ୍କ ସମେତ ଗଣ ମାଧ୍ୟମ ସଂଯୋଜକ ସୌମ୍ୟ ରଞ୍ଜନ ପ୍ରଧାନ, ସଦସ୍ୟ ସୌମେନ୍ଦ୍ର ଲେଙ୍କା,ଗଣେଶ ପରିଡା, ରାଜେଶ ପରିଡା,ସନ୍ତୋଷ ପ୍ରଧାନ,ବିଶ୍ୱଜିତ ପ୍ରଧାନ ପିଙ୍କୁ, ମୁନୁ ,ଲିକନ,ସର୍ବେଶ୍ୱର ସାହୁ ବାପି,ବିକି, ବିକାଶ ଲେଙ୍କା, ବିଶ୍ୱଜିତ ଲେଙ୍କା ଓ ସାଇ ଶୁଭମ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post