କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲା ଗ୍ରୀନ ଜୋନରେ ରହିଛି।ଏହାର ମୂଳ କାରଣ ହେଉଛି ।ଉଭୟ ପୋଲିସ ଓ ପ୍ରଶାସନର ସମନ୍ଵୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି।ଜିଲ୍ଲା ସ୍ତରୀୟ ଜାରି ରହିଥିବା ଯୁଦ୍ଧର ନେତୃତ୍ୱ ନେଇଛନ୍ତି ଜିଲ୍ଲାପାଳ ଅନୁପମ ସାହା ଓ ଗଜପତି ଏସପି ସାରା ଶର୍ମା। ତେଣୁ ଏମାନଙ୍କୁ କ ରୋନା ମୁକାବିଲା କ୍ଷେତ୍ରରେ ପ୍ରଥମ ଧାଡ଼ିର ଯୋଦ୍ଧା ଭାବେ ଗ୍ରହଣ କରାଯାଇଛି।ଜିଲ୍ଲା ର ଏହି ଦୁଇ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ଆକାଂକ୍ଷା ମହିଳା ସ୍ବେଚ୍ଛାସେବୀ ସଂଗଠନର ସଭାନେତ୍ରୀ ମିନାକ୍ଷି ସାହୁ ଓ ତନୁଜା ଶତପଥୀ ପ୍ରମୁଖ ସମ୍ମାନ ଜଣାଇ କୃତଜ୍ଞତା ଜଣାଇଛନ୍ତି।ଜିଲ୍ଲାକୁ କରୋନା ମୁକ୍ତ ରଖିବା ପାଇଁ ଉଭୟ ଜିଲ୍ଲାପାଳ ଓ ଏସପି ଦିନ ରାତି ଏକ କରି କାମ କରୁଛନ୍ତି।ଆମେ ସମସ୍ତେ ତାଙ୍କୁ ସହଯୋଗ କରିବା ଆବଶ୍ୟକ ବୋଲି ମୀନାକ୍ଷୀ ସାହୁ କହିଛନ୍ତି।