ଯଦି ଏମିତି ହୋଇଥାନ୍ତା ତେବେ ମୁଁ ଦେଶ ପାଇଁ କ୍ରିକେଟ ଖେଳିପାରିନଥାନ୍ତି : ଧୋନି

0 78

ଚେନ୍ନାଇ : ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନି ଗତକାଲି ତାମିଲନାଡୁର ଥିରୁଭାଲୁର ଜିଲ୍ଲାର ଏକ ସ୍ଥାନୀୟ କ୍ରିକେଟ୍‌ ଏକାଡେମୀ ପରିଦର୍ଶନ କରିଥଇଲେ । ଏହି ସମୟରେ ସେ କ୍ରିକେଟ୍‌ ବିଷୟରେ କହିଥିଲେ । ଧୋନି କହିଥିଲେ ଯେ ଯଦି ସେ ତାଙ୍କ ଜିଲ୍ଲା ସ୍ତରରେ ଖେଳିନଥାନ୍ତେ, ତେବେ ସେ ଦେଶ ପାଇଁ ଖେଳି ପାରିନଥାନ୍ତେ । ଏମଏସ ଧୋନି ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି, କିନ୍ତୁ ସେ ଆଇପିଏଲ ଖେଳୁଛନ୍ତି ।
ଏହି କାର୍ଯ୍ୟକ୍ରମରେ ଏମଏସ ଧୋନି କହିଛନ୍ତି, “ଏହା ପ୍ରଥମ ଥର ପାଇଁ ମୁଁ ଏକ ଉତ୍ସବର ଅଂଶ ଅଟେ ଯେଉଁଠାରେ ଆମେ ଏକ ଜିଲ୍ଲା ସଙ୍ଗଠନର ସଫଳତାକୁ ପାଳନ କରୁଛୁ । ମୁଁ ମଧ୍ୟ ଆମର ଜିଲ୍ଲା କ୍ରିକେଟ୍‌ ଆସୋସିଏସନ୍‌ (ରାଞ୍ଚି) କୁ ଧନ୍ୟବାଦ ଜଣାଉଛି । ପ୍ରତ୍ୟେକ କ୍ରିକେଟର ନିଜ ଜିଲ୍ଲା ପାଇଁ ପ୍ରତିନିଧିତ୍ୱ କରି ଗର୍ବିତ ହେବା ଉଚିତ୍‌ ବୋଲି ସେ କହିଛନ୍ତି । ତିରୁଭାଲୁର ଜିଲ୍ଲା କ୍ରିକେଟ୍‌ ଆସୋସିଏସନ୍‌ (ଟିଡିସିଏ) ରୌପ୍ୟ ଜୟନ୍ତୀ ପାଳନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି । ଯେଉଁଥିରେ ସେ ପୂର୍ବତନ ଆଇସିସି ସଭାପତି ତଥା ବିସିସିଆଇର ପୂର୍ବତନ ସଭାପତି ଏନ ଶ୍ରୀନିବାସନ୍‌ଙ୍କ ସହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଧୋନି ତିରୁଭାଲାର ଜିଲ୍ଲା କ୍ରିକେଟ୍‌ ଆସୋସିଏସନକୁ ୨୫ ବର୍ଷ ପୂରଣ କରିଥିବାରୁ ପ୍ରଶଂସା କରିଛନ୍ତି । ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଥିବା କ୍ରିକେଟର ଏହି ଜିଲ୍ଲାରୁ ବାହାରିଛନ୍ତି ।

hiranchal ad1
Leave A Reply

Your email address will not be published.

13 − 8 =