ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ, ଥାନାରେ ମାମଲା ରୁଜୁ

0 68

ପୁରୀ : ପୁରୀ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ଚାରିପାଖରେ ବେଆଇନ ନିର୍ମାଣକୁ ନେଇ ନିର୍ମାଣ କାରୀ ସଂସ୍ଥା ଟାଟା ପ୍ରୋଜେକ୍ଟ, ଓବିସିସି ଓ ପୁରୀ ଜିଲାପାଳଙ୍କ ନାମରେ ପୁରୀ ସିଂହ ଦ୍ୱାର ଥାନାରେ ଏତଲା ରୁଜୁ ହୋଇଛି । ଘଟଣାକୁ ନେଇ ତଦନ୍ତ କରି ସିଂହଦ୍ୱାର ଥାନା ପୋଲିସ ସବିଶେଷ ରିପୋର୍ଟ କୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନାଁରେ ଶ୍ରୀମନ୍ଦିର ଚାରି ପାଖରେ ବଡ଼ ବଡ଼ ଗର୍ତ ଖୋଳା ଯାଇ ନିର୍ମାଣ କାମ ଆରମ୍ଭ କରିଥିଲେ ରାଜ୍ୟ ସରକାର । ତେବେ ଏନ୍‌ଏମ୍‌ଏର ନିୟମ ଅନୁଯାୟୀ କୌଣସି ଐତିହ କୀର୍ତ୍ତିରାଜିର ୧୦୦ ମିଟର ଭିତରେ କୌଣସି ନିର୍ମାଣ, ଖନନ କାର୍ଯ୍ୟ ହୋଇପାରିବ ନାହିଁ । ଏହି ବେଆଇନ କାର୍ଯ୍ୟ ବିରୋଧରେ ପୁରୀ ଓକିଲ ସଂଘ ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରୁଥିବା ଟାଟା ପ୍ରୋଜେକ୍ଟ, ଓବିସିସି ଓ ପୁରୀ ଜିଲାପାଳଙ୍କ ନାମରେ ଏତଲା ଦିଆଯାଇ ଥିଲା । ତୁରନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ କୁହାଯାଇଥିଲା । ହେଲେ ପୋଲିସ ଏତଲା ରୁଜୁ କରି ନ ଥିଲା । ଏ ନେଇ ପୁରୀ ଓକିଲ ସଂଘ ପକ୍ଷରୁ ପୁରୀ ଏସଡିଜେଏମ୍‌ କୋର୍ଟ ମାମଲା କରାଯାଇ ଏହି ବେଆଇନ ପ୍ରକଳ୍ପ କାର୍ଯ୍ୟରେ ଥିବା ଅଫିସର, କମ୍ପାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

one + 12 =