ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ଆଉ ଏକ ଦୁଃଖଦ ଖବର ଆସିଛି । ଆଜି ଚିହ୍ନଟ ହୋଇଥିବା ୯୧ ପଜିଟିଭଙ୍କ ମଧ୍ୟରୁ ଜଣେ ସରପଞ୍ଚ ଥିବା ଜଣାପଡିଛି । ରାଜ୍ୟ ସରକାର ସରପଞ୍ଚମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିଛନ୍ତି । ସେହିପରି ରାଜ୍ୟ ସରକାର ତାଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଛନ୍ତି । ସରପଞ୍ଚ ଜଣକ କେଉଁ ପଞ୍ଚାୟତ ତାହା ସ୍ପଷ୍ଟ ହୋଇନାହିଁ ।