ସମ୍ଭ।ଵ୍ୟ ସାମୁଦ୍ରିକ ଝଡ଼ବାତ୍ୟା ମୁକାବିଲା ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ବୈଠକ

0 115

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ରେ କେନ୍ଦ୍ରୀଭୁତ ହୋଇଥିବା ଲଘୁଚାପ ଆଗାମୀ ଦିନରେ ହେବାକୁଥିବା ସମ୍ଭାବ୍ୟ ଝଡ଼ ବାତ୍ୟା ଓ ପ୍ରବଳ ବର୍ଷା କୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସଜାଗ ରହିବା ଓ ଆବଶ୍ୟକ ମୁକାବିଲା କରିବା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇ ଥିଲା।ଏଥିରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀବୃନ୍ଦ ଯୋଗ ଦେଇଥିଲେ।ଜିଲ୍ଲା ପାଳ ଅନୁପମ ସାହା ଭା ପ୍ର ସେ ସମ୍ଭାଵ୍ୟ ଝଡ଼ ବାତ୍ୟା ଓ ପ୍ରବଳ ବର୍ଷା ଉପରେ ଆସି ଥିବା ଭାରତୀୟ ପାଣିପାଗ ବିଭାଗ ସୂଚନାକୁ ସମସ୍ତ ଅବଗତ କରାଇଥିଲେ। ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ସମ୍ଭାଵ୍ୟ ବାତ୍ୟାର ମୁକାବିଲା ନିମନ୍ତେ ସଜାଗ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ସମସ୍ତ ବିଭାଗୀୟ ଅଧିକାରୀ ଜଳ ସେଚନ,ରାଜସ୍ୱ,ପାନୀୟ ଜଳଯୋଗାଣ,ଦୂରସଞ୍ଚାର ବିଭାଗ, ପଞ୍ଚାୟତି ରାଜ ବିଭାଗ ବିଦ୍ୟୁତ ବିଭାଗ, ଜିଲ୍ଲା ଚିକିତ୍ସା ବିଭାଗ, ଅଗ୍ନିଶମ ବିଭାଗ,ରାସ୍ତା କୋଠା ବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜନ ସ୍ଵାସ୍ଥ୍ୟ ବିଭାଗ, ପଶୁ ସଂପଦ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ଯୋଗାଣ ବିଭାଗ,ଇତ୍ୟାଦି ବିଭାଗକୁ ଆବଶ୍ୟକୀୟ ଉପକରଣ ମାନବ ସମ୍ବଳ ସହିତ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଥିଲେ।ତତ୍ ସଙ୍ଗେ ସଙ୍ଗେ ପ୍ରତ୍ୟେକ ବିଭାଗ ର ପ୍ରସ୍ତୁତ ହୋଇ ରହିଥିବା ଆବଶ୍ୟକୀୟ ଉପକରଣ ଓ ଆବଶ୍ୟକ ପଡୁଥିବା ଅନ୍ୟାନ୍ୟ ଉପକରଣ ସମ୍ବଧିୟ ବିବରଣୀ ଯଥା ଶୀଘ୍ର ଦାଖିଲା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିର୍ବାହୀ ଅଧିକାରୀ ମାନେ ନିଜନିଜ ଅଞ୍ଚଳରେ ଡାକ ବାଜି ଯନ୍ତ୍ର ଜରିଆରେ ବାତ୍ୟା ଓ ବର୍ଷା ସମ୍ବଧୀୟ ସତର୍କ ସୂଚନା ପ୍ରଚାର କରିବା ସହ ବିପଦ ସଙ୍କୁଳ ସ୍ଥାନରେ ଥିବା ସମସ୍ତ ଜନ ସାଧାରଣଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ଜାଗାରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଳସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଗୋଟାବ୍ରିଜ, ହରଭଙ୍ଗା ବଂଶଧାରାର ଜଳ ନିଷ୍କାସନ ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।ସମୟ କ୍ରମେ ଜଳସ୍ତର ସମନିୟ ସୂଚନା ପ୍ରତିଦିନ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

hiranchal ad1
Leave A Reply

Your email address will not be published.

11 + ten =