ଅଶୋକ ମେହେଟା ସଭା ଗୃହରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ ଶିବିର

0 133

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଶିବିର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେଟା ସଭା ଗୃହରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆପତ୍ତି, ଅଭିଯୋଗ ସମସ୍ୟାକୁ ନେଇ ଜିଲ୍ଲପାଳଙ୍କୁ ଭେଟି ଜଣାଇବା ପାଇଁ ଆସିଥିବା ୮୨ ଜଣଙ୍କର ନାମ ପଞ୍ଜିକରଣ କରାଯାଇଥିଲା । ସେଥି ମଧ୍ୟରୁ ୭୩ ଜଣଙ୍କର ବ୍ୟକ୍ତିଗତ ଥିବାବେଳେ ୦୯ ଗୋଟି ଗୋଷ୍ଠିଗତ ଥିଲା । ଏଥିରେ ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଉଚ୍ଚ ଶିକ୍ଷା ପାଇଁ ସହାୟତା, କର୍ମ ନିଯୁକ୍ତି ସୁବିଧା, ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ, ଜଙ୍ଗଲ ଜମି ପଟ୍ଟା, ଜାଗା ମିଶନ, ଅବକାରୀ,ତହସିଲ କାମ, ସରକାରୀ ରାସ୍ତା କାମରେ ଯାଇଥିବା ଜମିର ଅନୁକମ୍ପା ରାଶି ପ୍ରଦାନ, ବିଜୁଳି ସଂଯୁକ୍ତ କରଣ, ପାରିବାରିକ ବିବାଦ, ମଣ୍ଡି କାର୍ଡ, ଜମିଜମା ସଂକ୍ରାନ୍ତୀୟ ଇତ୍ୟାଦି ବିଷୟରେ ଲୋକଙ୍କର ଥିବା ସମସ୍ତ ଆପତ୍ତି ଅଭିଯୋଗ ସମସ୍ୟାକୁ ଜିଲ୍ଲାପାଳ ଡକ୍ଟର ମିଶ୍ର ଶୁଣି ସଂପୃକ୍ତ ଆପତ୍ତି ଅଭିଯୋଗ କରୀଙ୍କ ଦରଖାସ୍ତ ଗ୍ରହଣକରି ଏହାର ସମାଧାନ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ୫ ଗୋଟି ମିଶନ କ୍ଷମତା ସ୍ୱୟଂ ସହାୟିକା ଦଳ ସେଥି ମଧ୍ୟରୁ ୩ ଗୋଟି ଦୀବ୍ୟଙ୍ଗ, ଗୋଟାକୁ ୫୦ ହଜାର ଟଙ୍କା ହିସାବରେ ସମୁଦାୟ ଏକ ଲକ୍ଷ ପଚାଶ ହଜାର ଟଙ୍କା ଏବଂ ସେହିପରି ୨ ଗୋଟି କିନର( ତୃତୀୟ ଲିଙ୍ଗ)ଙ୍କୁ ୫୦ ହଜାର ଟଙ୍କା ହିସାବରେ ମୋଟ ଏକ ଲକ୍ଷ,ସେହିପରି ସମୁଦାୟ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ର ଚେକ୍‌ ଜିଲ୍ଲାପାଳ ଡକ୍ଟର ମିଶ୍ର, ଆରିକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ଜିଲ୍ଲାସ୍ତରୀୟ ଜନଶୁଣାଣୀ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ, ଉପ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର କାଳୀ ପ୍ରସାଦ ବେହେରା, ପ୍ରଶାସକ ସମ୍ମାନିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଭିମନ୍ୟୁ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଂଜନ ସାମନ୍ତରାୟ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ବିଭାଗ ପ୍ରଦୋଷ କୁମାର ପଣ୍ଡା, ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

two − 2 =