ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲା ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଚାରିଶମ୍ଭୁ ପୀଠରେ ପ୍ରଥମ ଐତିହାସିକ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜୁନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜ ସଂସ୍କାରକ କ୍ଷେତ୍ରରେ ଅବସରପ୍ରାପ୍ତ ଶିକ୍ଷକ ନବୀନ ପ୍ରଧାନ, ମାଗଣା ଶିକ୍ଷା ପାଇଁ ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପ୍ରଧାନ, ସଂକୀର୍ତ୍ତନ ଗୁରୁ ଫକୀର ସାହୁ, ମୃଦଙ୍ଗ ବାଦକ ନବୀନ ମେହେର, ମନ୍ଦିର ସ୍ୱାଗତ ତୋରଣ ପାଇଁ ସ୍ୱର୍ଗତ ଉମା ଶଙ୍କର ଯୋଶୀ, ଆଦର୍ଶ କୃଷକ ଭାବେ ଚିନ୍ତାମଣି ପ୍ରଧାନ, ସେବା ପାଇଁ ପ୍ରବୀର୍ କୁମାର ଦାସ,ଶିକ୍ଷା କ୍ଷେତ୍ରରେ ବସନ୍ତ ସାହୁ, ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ଏଏସ୍ଆଇ ସୁବାଷ ଚନ୍ଦ୍ର ମିଶ୍ର, ରକ୍ତଦାତା ଜଗଦୀଶ ବାରିକ, କ୍ରୀଡ଼ାରେ ବିଶ୍ୱଜିତ ପୁରୋହିତ, ପର୍ବତାରୋହି ଚନ୍ଦନ ପ୍ରଧାନ, ଅଙ୍ଗନବାଡି କର୍ମୀ ଯୁଗ୍ମ ଭାବେ ନିରୂପମା ରଣା ଓ ଶାନ୍ତିଲତା ପ୍ରଧାନ,ଆଶା ସେବତୀ ମେହେର ଓ ଶିଶୁ ଚିତ୍ରଶିଳ୍ପୀ ଭାବେ ସ୍ୱସ୍ତିକ ଶୁଚିନ୍ତନ ପ୍ରଧାନଙ୍କୁ କମିଟିର ସଭାପତି ଅଶୋକ ସାହୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।