ମହାନଦୀରେ ଫସି ରହିଛନ୍ତି ୨ ହାତୀ

0 156

କଟକ: ମହାନଦୀରେ ଫସି ରହିଛନ୍ତି ୨ ହାତୀ। ଗତକାଲି ବିଳମ୍ବିତ ରାତ୍ରୀରେ ଆଠଗଡ ବନଖଣ୍ଡ ପଟରୁ ମହାନଦୀ ପାରି ହୋଇ ଭାଗୀପୁର ନିକଟରେ ଦୁଇ ହାତୀ (ଗୋଟିଏ ଦନ୍ତା ସହ) ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିଲେ। ସକାଳ ହୋଇଯିବାରୁ ଆଉ ଯାଇ ନପାରି ଵାଙ୍କୀ କଟକ ମୁଖ୍ୟ ରାସ୍ତା ସନ୍ନିକଟ ଭାଗୀପୁର ଗ୍ରାମ ମହାନଦୀ କୂଳରେ ରହିଯାଇଥିବା ସୂଚନା ମିଳିଛି। ଉକ୍ତ ସ୍ଥାନରେ ମହାନଦୀର ଜଳସ୍ତର କମ ରହିଥିବା ଏବଂ ନଦୀରେ ସ୍ରୋତ କମ ରହିଥିବାରୁ ହାତୀ ଦ୍ୱୟଙ୍କ ପ୍ରତି କୌଣସି ବିପଦ ନଥିବା ଡମପଡା ଚନ୍ଦକା ବନବିଭାଗ ସୂତ୍ରରୁ ପ୍ରକାଶ।

hiranchal ad1
Leave A Reply

Your email address will not be published.

3 × one =