ଶିଶୁ ଶ୍ରମିକ ବିରୁଦ୍ଧରେ ସଚେତନତା ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା

0 51

ସମ୍ବଲପୁର:ସମାଜରେ ଅର୍ଥାଭାବ କିମ୍ବା ଶିକ୍ଷା ଅଭାବରୁ ଅନେକ ସମୟରେ ଶିଶୁ ଓ କୁମାରତ୍ୱ ବୟସରେ ପୁଅଝିଅଙ୍କୁ ଶ୍ରମିକ ରୂପେ ନିୟୋଜିତ କରାଯାଉଛି, ଯଦିଓ ନିୟମ ଦୃଷ୍ଟିରୁ ଏହା ଧର୍ତ୍ତବ୍ୟ ଅପରାଧ । ଏ ବିଷୟରେ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଯୁଗ୍ମ ଶ୍ରମ ଆୟୁକ୍ତ ଘାସିରାମ ଟୁଡୁ ଓ ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟର ଶ୍ରମ ଓ ଶିଳ୍ପ ସମ୍ପର୍କ ନିର୍ଦ୍ଦେଶକ ରୂପେ ଡଃ ବିଜୟାନନ୍ଦ ବେହେରା ଆଦି ମଞ୍ଚାସୀନ ରହି ସଭାକୁ ସମ୍ବୋଧିତ କରିଥିଲେ । ଆଜିର କର୍ମଶାଳାର ଆୟୋଜକ ରୂପେ ସୁମିତ୍ରା ମାଝୀ ସଭାକାର୍ଯ୍ୟ ଆରମ୍ଭରେ ଆଜିକାର ସମାବେଶର ଉଦ୍ଦେଶ୍ୟ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କଲେ । ଆଜିକାର ଆଲୋଚ୍ୟ ବିଷୟ ଉପରେ ଏକ ଶୋଧକର୍ତ୍ତା ରୂପେ ଡଃ ବେହେରା ଏପରି ଏକ ସମ୍ବେଦନଶୀଳ ସାମାଜିକ ବ୍ୟାଧି ଉପରେ କିଛି ତଥ୍ୟ ଉପସ୍ଥାପନ କରିଥିଲେ ।

hiranchal ad1
Leave A Reply

Your email address will not be published.

one + three =