ବିବାଦୀୟ ମନ୍ତବ୍ୟ ଦେଇଥିବା ନୁପୁର ଶର୍ମାଙ୍କୁ ଗିରଫ ଦାବୀ କଲା ବୌଦ୍ଧ ଜାମିୟା ମସଜିଦ କମିଟି

0 379

ବୌଦ୍ଧ,୧୦/୬- ବିଜେପିରୁ ନିଲମ୍ବିତ ହୋଇଥିବା ନୁପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେବା ପରେ ତାଙ୍କ ପାଇଁ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଲାଣି । ସେପଟେ ନୁପୁର ଶର୍ମାଙ୍କ ବିରୋଧରେ ସମସ୍ତ ମୁସଲିମ ଦେଶ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ବହୁ ସ୍ଥାନରେ ତାଙ୍କୁ ଜୋରଦାର ବିରୋଧ ମଧ୍ୟ କରାଯାଉଛି । ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନିନ୍ଦା କରିବା ସହିତ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇ ଥିବାରୁ ତାଙ୍କୁ ବିରୋଧ କରି ବୌଦ୍ଧ ଜିଲ୍ଲା ମୁସଲିମ ସମାଜ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏ ନେଇ ଆଜି ବୌଦ୍ଧ ଜିଲ୍ଲା ଜାମିୟା ମସଜିଦ ପକ୍ଷରୁ ଶତାଧିକ ମୁସଲମାନ ଭାଇ ମାନେ ମସଜିଦ ଠାରୁ ବାହାରି ନୁପୁର ଶର୍ମା ଙ୍କ ବିରୋଧ ରେ ସ୍‌ଲୋଗାନ ଦେବା ସହିତ ଏକ ରାଲି କରି ବୌଦ୍ଧ ଆଦର୍ଶ ଥାନା ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନୁପୁର ଶର୍ମାଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଅତିଶୀଘ୍ର ନୁପୁର ଶର୍ମାଙ୍କୁ ଗିରଫ କରିବା ସହିତ ତାଙ୍କୁ ଆଇନ ଅନୁଯାୟୀ କୋଠର ଦଣ୍ଡ ଦିଆଯିବ ଉଚିତ୍‌ ବୋଲି ବୌଦ୍ଧ ଜାମୀୟା ମସଜିଦ କମିଟି ଦାବି କରିଛି । ଏ ନେଇ ବୌଦ୍ଧ ଆଦର୍ଶ ଥାନାରେ ନୁପୁର ଶର୍ମାଙ୍କ ବିରୋଧରେ ଏକ ଏଫଆଇଆର ଦେବା ସହିତ ତାଙ୍କୁ ଗିରଫ କରିବାକୁ ଦାବି କରିଛି । ଏହି ବିକ୍ଷୋଭରେ ଜାମୀୟା ମସଜିଦ କମିଟି ସଭାପତି ଅବଦୁଲ କଲିମ ଖାନ, ସମ୍ପାଦକ ଜାହିର ଖାନ, ମସଜିଦର ପେଶୀମାମ ସାହାବୁଦ୍ଦିନ ଖାନ, ଅବଦୁଲ ମହସିନ ଖାନ, ସର୍ଫୁଦୀନ ଖାନ, ସାବିର ଖାନ, ହଲିମ ଖାନଙ୍କ ସମେତ ବହୁ ମୁସଲିମ ଭାଇ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twelve + seven =