ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ ରାଜୁ ଭାଇଙ୍କୁ କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

0 83

କଣ୍ଟାବାଞ୍ଜି,୧୦/୬ – ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ମନ୍ତ୍ରୀ ପଦ ପାଇଥିବା ଖରିଆର ରୋଡ଼ ବିଧାୟକ ରାଜୁ ଭାଇ ଢୋଲକିଆଙ୍କୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତାଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନୂଆପଡା ଜିଲ୍ଲା ଖରିଆର ରୋଡ଼ ବିଧାୟକ ରାଜୁ ଭାଇ ଢୋଲଙ୍କିିଆଙ୍କୁ ଯୋଜନା ଓ ସମନ୍ୱୟ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ପଦ ପ୍ରଦାନ କରାଯାଇଛି । ନୂଆପଡା ଜିଲ୍ଲା ଖରିଆର ରୋଡ଼ ବିଧାୟକ ରାଜୁଭାଇଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ ନେଇଥିବାରୁ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପୂର୍ବତନ ବିଧାୟକ ଆୟୁବ ଖାନ ଓ ବୁଦ୍ଧିଜୀବୀ ମାନେ ଶୁଭେଚ୍ଛା ଜଣାଇବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

hiring

ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାନଙ୍କ ସହିତ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବରିଷ୍ଠ ବିଜେଡି ନେତା ବିଜୟ ବଂଶଳ, ବଙ୍ଗୋମୁଣ୍ଡା ବିଜେଡି ସଭାପତି ରାଧେଶ୍ୟାମ କେତକୀ ସହିତ ବହୁ ବିଜେଡି ନେତୃବୃନ୍ଦ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

5 × three =