ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ରାଜ୍ୟ ପରିଷଦ ବୈଠକ, ଦୁଇ ବର୍ଷ ପାଇଁ ପଦାଧିକାରୀ ନିର୍ବାଚିତ

0 176

ସମ୍ବଲପୁର: ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ରାଜ୍ୟ ପରିଷଦ ବୈଠକ ଆଜି ସ୍ଥାନୀୟ ହୋଟେଲ ରୋୟଲ ରିଟ୍ରୀଟ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସମ୍ପୂର୍ଣ୍ଣ ରାଜ୍ୟରୁ ସମସ୍ତ ୬୦ ଟି ଯାକ ଶାଖାରୁ ପ୍ରାୟ ୩୦୦ ପ୍ରତିନିଧି ସାମିଲ ରହିଥିଲେ । ମାରୱାଡି ସମ୍ମେଳନର ରାଷ୍ଟ୍ରୀୟ ସମ୍ପାଦକ ସଞ୍ଜୟ ହରଲାଲକା, ରାଷ୍ଟ୍ରୀୟ ଉପସଭାପତି ଅଶୋକ ଜାପାନ, ପ୍ରାନ୍ତୀୟ ସଭାପତି ଗୋବିନ୍ଦ ଅଗ୍ରୱାଲ, ଯୁବାମଞ୍ଚର ପ୍ରାନ୍ତୀୟ ସଭାପତି ନରେଶ ଅଗ୍ରୱାଲ, ସହିଲା ସମିତିର ପ୍ରାନ୍ତୀୟ ସଭାପତି ଶ୍ରୀମତୀ ଚନ୍ଦା ସନ୍ତୁଳା, ପ୍ରାନ୍ତୀୟ ଉପସଭାପତି ଦୀନେଶ ଅଗ୍ରୱାଲ, ପ୍ରାନ୍ତୀୟ ମହାସଚିବ ଜୟଦୟାଲ ଅଗ୍ରୱାଲ ଆଦି ସମସ୍ତେ ମାରୱାଡି ସମାଜ ପକ୍ଷରୁ ଜନହିତ କାର୍ଯ୍ୟ ବିଷୟରେ କହିବା ସହିତ ସଭାକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ପ୍ରାନ୍ତୀୟ ନିର୍ବାଚନ ଅଧିକାରୀ ରୂପେ ନକୁଲ ଅଗ୍ରୱାଲ, ସୁବାଷ ଅଗ୍ରୱାଲ ଓ ମନୋଜ ଜୈନ ମିଳିତ ଘୋଷଣା କରିଥିଲେ କି ଆଗାମୀ ୨୦୨୨-୨୪ ପାଇଁ ଗୋବିନ୍ଦ ଅଗ୍ରୱାଲଙ୍କୁ ପୁଣି ଥରେ ରାଜ୍ୟ ସଭାପତି ରୂପେ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି । ସ୍ଥାନୀୟ ଶାଖା ସଭାପତି ଚନ୍ଦ୍ର କୁମାର ସ୍ରାବଙ୍କ ସହିତ କାର୍ଯ୍ୟକ୍ରମ ସଂଯୋଜକ ସନ୍ତୋଷ ଅଗ୍ରୱାଲ, ରାଜ୍ୟ ଉପସଭାପତି ମଙ୍ଗତୁରାମ ଅଗ୍ରୱାଲ, ବିଜୟ କେଡିଆ, ଜ୍ଞାନ ପ୍ରକାଶ ଅଗ୍ରୱାଲ, ସଜନ ଭୁତ, ସୁରେଶ ଟିନାୱାଲା, ମନୋଜ ସିଂହାନିଆ, ପରାଗ ଅଗ୍ରୱାଲ ଓ ଗଣେଶ ପାଲିୱାଲ ଆଦି ମିଳିତ ରୂପେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି ଅବସରରେ ସମାଜର ବିଭିନ୍ନ ସ୍ତରରେ ପ୍ରମୁଖ ଲୋକଙ୍କୁ ସମ୍ମାନିତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

four − 1 =