ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0 332

ବୌଦ୍ଧ,୧୪/୬- ବୌଦ୍ଧ ଜିଲ୍ଲାର ସର୍କିଟ ହାଉସ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଙ୍ଗଲ ଓ ପରିବେଶ, ପଂଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସଭା ସଂଯୋଜନା କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ଅମାତ ତାଙ୍କ ବକ୍ତବ୍ୟରେ ସମସ୍ତ ଅଧିକାରୀ ମାନଙ୍କୁ ୫-ଟି ଅନୁଯାୟୀ କାର୍ଯ୍ୟ କରିବା ସହିତ ସମସ୍ତ ଅଧିକାରୀ ଗ୍ରାମାଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝି ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ କିଭଳି ଭାବରେ ପହଞ୍ଚି ପାରିବ ସେ ନେଇ ପରାମର୍ଶ ଦେଇଥିଲେ ।

hiring

ଏହି ସମ୍ବର୍ଦ୍ଧନା ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବବିତରାଣୀ ଦଳବେହେରା, ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, ଏସିଏଫ ରାଜେନ୍ଦ୍ର ଗୋଛ ।ୟତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ, ଡେପୁଟି କଲେକ୍ଟର ଅବନିକାନ୍ତ ସାହୁ, ନିଜ ।ରର୍ତ୍ତ ଅଫିସର ତଥା ବୌଦ୍ଧ ବିଡ଼ିଓ ବିଜୟ କୁମାର ପ୍ରଧାନ, ଏବିଡ଼ିଓ ପ୍ରମୋଦ କୁମାର ମିଶ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସାନନ୍ଦ କୁମାର ସାହୁ,ଏନଜିଓସିସି ସମ୍ପାଦକ ରାଜେନ୍ଦ୍ର କୁମାର ମହାପାତ୍ର, ରାଜସ୍ୱ ଅମଲା ସଂଘର ଅତିରିକ୍ତ ସମ୍ପ ।ଦକ କୌଶିକ ମହାନନ୍ଦ, ଅଫିସ ସୁପରିଟେଣ୍ଟେଣ୍ଡ ଜେମ୍ସ ନାଏକ, ସେକନ ଅଫିସର ସୁପ୍ରଭାବତୀ ପ୍ରଧାନ ପ୍ରମୁଖ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ମଧ୍ୟ ସୂଚନା ଓ ଲୋକକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଅମାତଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

hiranchal ad1
Leave A Reply

Your email address will not be published.

17 + 2 =