ଖୁବଶୀଘ୍ର ବସ ଚଳାଚଳ ହେବ ସ୍ୱାଭାବିକ

0 126

ଭୁବନେଶ୍ୱର: ରାଜ୍ୟରେ ଯାତ୍ରୀ ପରିବହନ ସେବା ଖୁବଶୀଘ୍ର ସ୍ୱାଭାବିକ ହେବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଚତୁର୍ଥ ପର୍ଯ୍ୟାୟ ଲକଡାଉନ କଟକଣା ଅନୁଯାୟୀ ପରିବହନ ବ୍ୟବସ୍ଥା ଉପରେ ନିୟମ କୋହଳ କରାଯାଇଛି । ଏହି ଅନୁଯାୟୀ ରେଡ୍ ଜୋନ ଓ ଅରେଞ୍ଜ ଜୋନରେ ଯାତ୍ରୀ ପରିବହନ ସେବା ମଧ୍ୟ ଚାଲିପାରିବ । ରାଜ୍ୟ-ରାଜ୍ୟ ମଧ୍ୟରେ ବସଚଳାଚଳରେ କୌଣସି ଅସୁବିଧା ହେବ ନାହିଁ । ତେଣୁ ଅନ୍ୟ ରାଜ୍ୟକୁ ବସ ଚଳାଚଳ ପାଇଁ ଅନୁମତି ଆବଶ୍ୟକ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସେହି ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ରାଜ୍ୟ ଭିତରେ ୫୦ ପ୍ରତିଶତ ଯାତ୍ରୀରେ ଯାତ୍ରୀ ପରିବହନ ସେବା ଶୀଘ୍ର ଯୋଗାଇ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଲୋକଙ୍କ ସୁରକ୍ଷା ଦୃଷ୍ଟିରେ ଏହି ନୀତିରେ ପରିବର୍ତ୍ତନ କରାଯିବ ନାହିଁ । ଘରୋଇ ବସ୍ ମାଲିକ ସଂଘ ସହିତ ଏହି ମର୍ମରେ ଆଲୋଚନାରୁ ସୁଫଳ ମିଳିବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

9 + nineteen =