ପୁରୀ :ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଓଡିଶାରୁ ପ୍ରଥମ ମହିଳା ଭାବେ ରାଷ୍ଟ୍ରପତି ନିର୍ବାଚନରେ ସାମିଲ ହୋଇଛନ୍ତି । ସେ ଓଡିଶାର ଗର୍ବ ଆଉ ଗୌରବ । ସେ ଓଡିଶାର ଝିଅ ହୋଇଥିବାରୁ ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ସମର୍ଥନ କରିବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନିଜେ ଦ୍ରୌପଦୀ ମୁର୍ମୁ ମଧ୍ୟ ଅପିଲ କରିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ଆଗୁଆ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି । ସାରା ଦେଶରୁ ସମର୍ଥନ ମିଳୁଛି । ସେପଟେ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜର ବାଲୁକାକୃତି ମାଧ୍ୟମରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭକାମନା ଜଣାଇଛନ୍ତି । ବାଲୁକା କୃତିରେ ଶ୍ରୀମତୀ ମୁର୍ମୁଙ୍କ ପ୍ରୋଟ୍ରେଟ୍ ସହିତ ମେରା ଭାରତ ମହାନର ସନ୍ଦେଶ ଦେଇଛନ୍ତି । ଓଡିଶାର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ପ୍ରଥମ ନାଗରିକ ଭାବେ ନିର୍ବାଚିତ କରିବାକୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସୁଦର୍ଶନ ।