ନୂଆଦିଲ୍ଲୀ: ଦିନ ଥିଲା ପାକିସ୍ତାନର ଜଣେ ଅମ୍ପାୟର ଅନ୍ତର୍ଜାତୀୟ କ୍ରିକେଟରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ଅମ୍ପାୟରିଂ ବେଶ ଉଚ୍ଚକୋଟୀର ଥିଲା । ସେଥିପାଇଁ ଆଇସିସି ତାଙ୍କୁ ବଡ ବଡ ମୁକାବିଲାରେ ଅମ୍ପାୟରିଂ ପାଇଁ ନିଯୁକ୍ତି କରିଥିଲା ସେ ଅମ୍ପାୟର ହେଉଛନ୍ତି ଅସଦ ରଉଫ । ତେବେ ରାଉଫ ବର୍ତ୍ତମାନ ଜୋତା ଏବଂ କପଡା ଦୋକାନ ଚଲାଉଛନ୍ତି । ୨୦୦୦ରୁ ୨୦୧୩ ମଧ୍ୟରେ ୧୭୦ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟରିଂ କରିଥିବା ରଉଫଙ୍କୁ ପରବର୍ତ୍ତୀ ସମୟରେ ବାସନ୍ଦ କରାଯାଇଥିଲା । । ସେ ଅମ୍ପାୟରିଂର ଏଲିଟ୍ ପ୍ୟାନେଲରେ ଥିଲେ । ସେ ବିଶ୍ୱ କପ୍, ଆଇପିଏଲରେ ଅମ୍ପାୟରିଂ କରିଛନ୍ତି । ଏବେ ଅସଦଙ୍କ କ୍ରିକେଟ୍ ପ୍ରତି ରୁଚି ନାହିଁ । ଅସଦ କହିଛନ୍ତି, ସେ ଏହି କାମ ନିଜ ପାଇଁ ନୁହେଁ ବରଂ ତାଙ୍କ ଷ୍ଟାଫ ପାଇଁ କରୁଛନ୍ତି । ଅସଦ ପାକ୍ ଟିଭିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଏହି କାମ ମୋ ପାଇଁ କରୁ ନାହିଁ । ଏହା ମୋ ଷ୍ଟାଫଙ୍କ ସାହାଯ୍ୟ ପାଇଁ କରୁଛି । ମୁଁ ନିଜ ଜୀବନରେ ଅନେକ ମ୍ୟାଚରେ ଅମ୍ପାୟରିଂ କରିଛି । ଏବେ ମୋତେ କେହି ଦେଖିବାର ଲୋକ ନାହାନ୍ତି । ମୁଁ ୨୦୧୩ରୁ ଖେଳରୁ ଦୂରରେ ରହିଛି କାରଣ ଥରୁଟିଏ ଯେଉଁ କାମ ଛାଡି ଦିଏ ତାକୁ ସଂପୂର୍ଣ୍ଣ ଭାବେ ଛାଡି ଦିଏ । ଅସଦକୁ ବିସିସିଆଇ ୨୦୧୬ରେ ବ୍ୟାନ କରିଥିଲା କାରଣ ସେ ଭ୍ରଷ୍ଟାଚାରରେ ଲିପ୍ତ ଥିବା ଜଣା ପଡିଥିଲା । ତାଙ୍କ ନାମ ଆଇପିଏଲ ୨୦୧୩ ସ୍ପଟ୍ ଫିକ୍ସିଂ ସ୍କାଣ୍ଡାଲରେ ସାମ୍ନାକୁ ଆସିଥିଲା । ବୁକିଂଙ୍କଠୁ ସେ ଉପହାର ନେଉଥିବା ଅଭିଯୋଗ ହୋଇଥିଲା । ରାଉଫଙ୍କ ବିରୋଧରେ ଜଣେ ମୋଡେଲ୍ ଯୌନ ଉତ୍ପୀଡନର ଅଭିଯୋଗ ଲଗାଇଥିଲେ । ମୁମ୍ବାଇର ଏହି ମୋଡେଲ୍ କହିଥିଲେ ରଉଫ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ହେଲେ ପରବର୍ତ୍ତୀ ମସୟରେ କଥାରୁ ଓହରି ଯାଇଥିଲେ । ରାଉଫ କହିଛନ୍ତି ସେ ଦୋକାନ ଚଲାଇବା ନେଇ ଖୁସି ଅଛନ୍ତି । ତାଙ୍କର କୌଣସି ଆର୍ଥିକ ସମସ୍ୟା ନାହିଁ । ମୋର ଗୋଟିଏ ଅଭ୍ୟାସ ଯାହା ବି କରେ ତାର ଶୀର୍ଷକୁ ପହଞ୍ଚିବାକୁ ଚେଷ୍ଟା କରିଥାଏ । ମୁଁ ପ୍ରଥମେ ଦୋକାନୀ ଭାବେ କାମ କରିବା ଆରମ୍ଭ କରିଥିଲି ଏବଂ ଏହି କ୍ଷେତ୍ରରେ ମଧ୍ୟ ସଫଳତାର ଶୀର୍ଷ ଛୁଇଁଛି । ମୁଁ କ୍ରିକେଟ୍ ଖେଳିଛି ଏବଂ ଅମ୍ପାୟର ଭାବେ ସଫଳତା ଅର୍ଜନ କରିଛି । ମୋ ମନରେ କୌଣସି ପ୍ରକାରର ଲୋଭ ନାହିଁ । ମୁଁ ବହୁତ ପଇସା ଦେଖିଛି ଏବଂ ଦୁନିଆ ବି ଦେଖିଛି ବୋଲି କହିଛନ୍ତି ଅସଦ ରାଉଫ ।