ଘୁ ଉଦୟଗିରି: ଆଜି ସ୍ଥାନୀୟ ସମିତି କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଘୁ. ଉଦୟଗିରି ବିଧାନସଭା ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାରଙ୍କ ଅଗ୍ନୀପଥ ଯୋଜନା ମାଧ୍ୟମରେ ନିଯୁକ୍ତିକୁ ପ୍ରତ୍ୟାହାର କରନ୍ତୁ ବୋଲି ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଘୁ ଉଦୟଗିରି ବିଧାନସଭା ସ୍ତରୀୟ ଡାକରା ଦିଆଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଯୁବ ସମାଜ ପ୍ରତି ଅନ୍ୟାୟ ଓ ପଥଭ୍ରଷ୍ଟ ଯୋଜନା କରୁଥିବା ପ୍ରକାଶ କରିବା ସହିତ ସମ୍ବିଧାନକୁ ହତ୍ୟା କରିଛନ୍ତି ବୋଲି ପୂର୍ବତନ ବିଧାୟକ ପାର୍ଥୀ ଶ୍ୟାମଘନ ପ୍ରଧାନ ପ୍ରକାଶ କରିଥିବା ବେଳେ ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ନିଜ ପ୍ରତିକ୍ରିୟାରେ ୪ବର୍ଷ ସେନାରେ କାର୍ଯ୍ୟ ଶେଷ ହେବା ପରେ ଘରକୁ ଆସି ଯୁବକଟି କ’ଣ କରିବ,ତାର ଭବିଷ୍ୟତ କ’ଣ ହେବ, ଯେଉଁ ସମୟରେ ଯୁବକଟିଏ ନିଜର ଭବିଷ୍ୟତ ଗଠନ କରିବା କଥା ବା ନିଜ ଶିକ୍ଷା ଅର୍ଜନ କରିବା କଥା ସେହି ସମୟରେ ଯଦି ସେନାରେ ୪ବର୍ଷ ନିମନ୍ତେ ନିଯୁକ୍ତି ପାଇ ପୁଣି ବେକାରୀ ଅବସ୍ଥାକୁ ଫେରିବ ଓ ୨୦ ବର୍ଷ ଚାକିରି ଜାଗାରେ ଯଦି ୪ ବର୍ଷ କରି ଅବସର ନେବ ତେବେ ତାଙ୍କ ଭବିଷ୍ୟତ କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ଜିଲ୍ଲା ସଭାପତି ପ୍ରତାପ ପ୍ରଧାନ ମଧ୍ୟ ଏହାକୁ ଦୃଢ଼ ନିନ୍ଦା କରିବା ସହିତ ତୁରନ୍ତ ଏହି ଯୋଜନାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ ବୋଲି ପ୍ରକାଶ କରିଛନ୍ତି । ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ୮ନମ୍ୱର୍ ୱାର୍ଡ କାଉନସିଲର ଜାକେଶ ପ୍ରଧାନ ମଧ୍ୟ ନିଜ ପ୍ରତିକ୍ରିୟାରେ ଏହା ଏକ ଯୁବ ପିଢ଼ି ପ୍ରତି ଅନ୍ୟାୟ ଓ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି ଓ ଦେଶ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର ଖାମଖିଆଲ ନୀତି ଓ ଯେଉଁମାନେ ସୁରକ୍ଷା କ୍ଷେତ୍ରରେ ସୈନିକ ଭାବରେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ମନଭାବ ଉପରେ ମାନସିକ ପ୍ରଭାବ ପଡ଼ିବ ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ଦାରିଙ୍ଗବାଡି,ରାଇକିଆ,ଟିକାବାଲି ଅଞ୍ଚଳରୁ ବହୁ କଂଗ୍ରେସ ପ୍ରେମୀ ଉପସ୍ଥିତ ରହିଥିବାବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଜାକେସ ପ୍ରଧାନ ଆୟଯୋନ ଓ ପରିଚାଳନା କରିଥିବା ବେଳେ ସ୍ଥାନୀୟ ବ୍ଲକ ସଭାପତି ସଦାନନ୍ଦ ନାୟକ, ନଗର ସଭାପତି ଗଗନ କୁମାର ପ୍ରଧାନ, ନଗର ସଭାନେତ୍ରୀ ଅଞ୍ଜୁମ୍ ଅହମ୍ମଦ, ଟାର୍ଜନ ସାହୁ,ସୂର୍ଯ୍ୟକାନ୍ତ ନାୟକ, ଅବକାଶ ନାୟକ,ପ୍ରଫୁଲ୍ଲ ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ହୃଦା ମଲିକ,ରାଇକିଆ ବ୍ଲକ ସଭାନେତ୍ରୀ କ୍ରିଷ୍ଣାପ୍ରିୟା ପ୍ରଧାନ, ନଗର ଉପସଭାପତି ହିରେନ୍ କୁମାର୍ ନାୟକ,ଏମ ଡି ପାଲେ ଖାନ୍, ରାଇକିଆ ଜିଲ୍ଲା ସମ୍ପାଦକ ମନୋଜ ଦିଗାଲ, ଟିକାବାଲି ବ୍ଲକ ସଭାପତି ଗୋକୁଳ ଚନ୍ଦ୍ର ପ୍ରଧାନ,ଜିଲ୍ଲା ପରିଷଦ ପ୍ରାର୍ଥୀ ହିରାବତି ପ୍ରଧାନ, ସମେତ ଅନ୍ୟ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସଫଳ କରିଥିବା ପ୍ରକାଶ କରିଥିଲେ ।