ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧,୦୧,୧୩୯ ଛୁଇଁଲା

0 88

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହାର ତୁଳନାରେ ମୃତ୍ୟୁ ହାର କମୁଛି । ଗତ ୨୪ ଘଣ୍ଟାରେ ୩,୧୬୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୧୩୯ରେ ପହଞ୍ଚିଛି । ତେବେ ଆଗରୁ ଯେଭଳି ଦ୍ରୁତ ଗତିରେ ମୃତ୍ୟୁହାର ବଢ଼ୁଥିଲା, ଏବେ ତାହା ଦେଖିବାକୁ ମିଳୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୧୩୪ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ମୃତ୍ୟୁସଂଖ୍ୟା ୩,୧୬୩କୁ ବୃଦ୍ଧି ପାଇଛି । ଦେଶରେ ଆରୋଗ୍ୟ ହାର ୩୮ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମଙ୍ଗଳବାର ସୂଚନା ଦେଇଛନ୍ତି । ସେହିପରି, ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କହିଛନ୍ତି ଯେ, ଆରୋଗ୍ୟ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଛି ଯାହାକି ଏକ ଶୁଭ ଲକ୍ଷଣ । ଅନ୍ୟ ଦେଶ ତୁଳନାରେ ଭାରତରେ ଆରୋଗ୍ୟ ହାର ଓ ମୃତ୍ୟୁ ସଂଖ୍ୟା ବହୁତ କମ୍ ରହିଛି । ଦେଶରେ କରୋନା ସଂକ୍ରମଣ ବଢ଼ାଇବାରେ ତିନୋଟି ରାଜ୍ୟଙ୍କର ଭୂମିକା ରହୁଛି । ସେମାନେ ହେଲେ ମହାରାଷ୍ଟ୍ର, ଗୁଜୁରାଟ ଓ ମଧ୍ୟପ୍ରଦେଶ । ମହାରାଷ୍ଟ୍ରରେ ୩୫ ହଜାର ୫୮ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗୁଜୁରାଟରେ ୧୧ ହଜାର ୭୪୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି, ତାମିଲନାଡୁରେ ୧୧ ହଜାର ୭୬୦, ଦିଲ୍ଳୀରେ ୧୦ ହଜାର ୫୪, ଉତ୍ତରପ୍ରଦେଶରେ ୪,୧୦୫, ପଶ୍ଚିମବଙ୍ଗରେ ୨୮୨୫ ଓ ରାଜସ୍ଥାନରେ ୫,୫୦୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ପ୍ରଭାବିତ ଦେଶଗୁଡ଼ିକ ତୁଳନାରେ ଭାରତର ମୃତ୍ୟୁସଂଖ୍ୟା ଯଥେଷ୍ଟ କମ ରହିଛି । ସେହିପରି, ପ୍ରଭାବିତ ଦେଶ ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ଭାରତ ୧୧ତମ ସ୍ଥାନରେ ରହିଛି । ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିଛି । ୩ ଲକ୍ଷ ୧୭ହଜାର ୭୯୨ଜଣଙ୍କର ମୃତ୍ୟୁ ଘଟିଛି । ଆମେରିକାରେ ୯୧ ହଜାରରୁ ଅଧିକ ଲୋକଙ୍କର ଜୀବନ ଗଲାଣି । ଏପର୍ଯ୍ୟନ୍ତ କରୋନାର ଟୀକା ପ୍ରସ୍ତୁତ ନହୋଇପାରିବା ଦେଶଗୁଡ଼ିକ ପାଇଁ ଚିନ୍ତାର କାରଣ ହୋଇଛି ।

hiranchal ad1
Leave A Reply

Your email address will not be published.

four × 5 =