ଜନ୍ମବେଦୀ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ, ଆଜିଠୁ ବାହାରିବ ପ୍ରଥମ ଆଡପ ଅବଢା

0 53

ପୁରୀ : ଜନ୍ମବେଦୀ ଆଡ଼ପମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ । ଆଜି ଠାରୁ ଭକ୍ତ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବେ, ଏଥିସହ ବାହାରିବ ପ୍ରଥମ ଆଡ଼ପ ଅବଢ଼ା । ଶନିବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଦ୍ୱିତୀୟ ଦିନରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ସରିବା ପରେ ଅପରାହ୍ନ ୩.୧୦ ରେ ତିନି ରଥ ଘୋଡା ଫିଟା ଯାଇଥିଲା । ୫.୪୦ରେ ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ପରେ ମହାପ୍ରଭୁ ସୁଦର୍ଶନ,ମହାପ୍ରଭୁ ବଳଭଦ୍ର ବିଜେ କରିଥିଲା । ଶ୍ରୀ ଜଗନ୍ନାଥଙ୍କ ରୁନ୍ଧା ଫିଟାଯାଇ ରଥାରୂଢ଼ ଅବସ୍ଥାରେ ଆରମ୍ଭ ପୁରୀରେ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା । ଭଗବାନଙ୍କ ସହ ଭକ୍ତ ବର୍ଷାରେ ଭିଜିଥିଲେ ।ଏହା ମହାପ୍ରଭୁଙ୍କ ମହିମା ଓ ଅଲୌକିକତା ବୋଲି ଆଲୋଚନା ହୋଇଥିଲା । ମହାପ୍ରଭୁ ଟାହିଆ ପରିଧାନ କରିବା ପରେ ବର୍ଷା ବନ୍ଦ ହୋଇଯାଇଥିଲା । ସମଗ୍ର ଶରଧାବାଲି ଓ ଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । କଡା ସୁରକ୍ଷା ଓ କର୍ଡନ କରାଯାଇ ଶ୍ରୀବିଗ୍ରହଙ୍କ ପହଣ୍ଡି ହୋଇଥିଲା । ରାତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ ଓ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା ।ଭକ୍ତ ମାନେ ରବିବାର ଉଭୟ ପରିମାଣିକ ଓ ସାହାଣମେଳା ଦର୍ଶନ କରିଛନ୍ତି । ଅପରାହ୍ନ ଗୋଟାଏରୁ ଦୁଇଟି ମଧ୍ୟରେ ଆଡ଼ପ ଅବଢ଼ା ବାହାରିବା ପାଇଁ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ବର୍ଷାରେ ଭିଜି ମହାପ୍ରଭୁଙ୍କ ପହଣ୍ଡିରେ ସାମିଲ ହୋଇଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଶେଷ ପରେ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ବନ୍ଦ ହୋଇଥିଲେ । ଓଡ଼ିଶୀ ନୃତ୍ୟଶିଳ୍ପୀ ଭକ୍ତି ରସାତ୍ମକ ଗୀତଗୋବିନ୍ଦ ଗାଇଥିଲେ ।ବିଦେଶୀ ଓ ଇସ୍କନ ଶ୍ରଦ୍ଧାଳୁ ଆଡ଼ପ ପହଣ୍ଡି ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ।

hiranchal ad1
Leave A Reply

Your email address will not be published.

15 − 8 =