ଜୟନ୍ତୀ ନାଏକ ଘଟଣାର ତଦନ୍ତ ଦାବି : ଭାଜପା ବୁର୍ଲା ମଣ୍ଡଳ ପକ୍ଷରୁ ଭିମସାର କର୍ତ୍ତୃପକ୍ଷଙ୍କୁ ଦାବିପତ୍ର

0 85

ସମ୍ବଲପୁର:ସୁଦୂର ଏକ ଗାଁରୁ ବହୁ ଆଶା ସହିତ ଭିମସାରକୁ ଆସିଥିବା ଜଣେ ଆସନ୍ନ ପ୍ରସବାଙ୍କ ଗର୍ଭସ୍ଥ ଶିଶୁକୁ ମୃତ ଘୋଷଣା ପରେ ସେ ଏକ ଘରୋଇ ନର୍ସିଂହୋମରେ ଏକ ସୁସ୍ଥ ଶିଶୁ ଜନ୍ମ ଦେଇଥିଲେ । ଗତ ୧୪ ତାରିଖରେ ଘଟିତ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ସେଦିନ ଠାରୁ ଅଞ୍ଚଳରେ ଚର୍ଚ୍ଚାରେ ରହିଆସୁଛି । ଝାରସୁଗୁଡା ଜିଲ୍ଲାର କିର୍ମିିରା ବ୍ଲକ ନିବାସୀ ଜୟନ୍ତୀ ନାଏକଙ୍କ ଏହି ଘଟଣା ବର୍ତ୍ତମାନ ଏକ ଭିନ୍ନ ମୋଡ ନେଇଛି ଓ ଏହାକୁ ନେଇ ଭିମସାରର ଛବି ଧୁମିଳ ହୋଇଛି । ଏ ସଂକ୍ରାନ୍ତରେ ତାଙ୍କର ଚିକିତ୍ସାରେ ଥିବା ଡାକ୍ତରଙ୍କ ଅବହେଳାକୁ ନେଇ ଭାଜପା ବୁର୍ଲା ମଣ୍ଡଳ ତରଫରୁ ଭୀମସାରରେ ଗତକାଲି ଏକ ଘେରାଓ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନ୍ଦୋଳନକାରୀ ମାନେ ଅଧୀକ୍ଷକ, ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତକରି ଘଟଣାର ଉଚିତ ଓ ନିରପେକ୍ଷ ତଦନ୍ତକରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଭବିଷ୍ୟତରେ ଏଭଳି ଘଟଣାର ଆଉ ପୁନରାବୃତ୍ତି ନହେଉ ବୋଲି ମଧ୍ୟ ସେଠାରେ ଅନୁରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାଜପା ପକ୍ଷରୁ ପୂର୍ବତନ ବୁର୍ଲା ନଗରପାଳ ବିଷ୍ଣୁ ରକ୍ଷିତ, ଭାଜପାର ବୁର୍ଲାମଣ୍ଡଳ ସାଧାରଣ ସଂପାଦକ ଗୌତମ ଲାମା, ଜିଲ୍ଲା ୍‌ପ୍ରତିନିଧି ସଞ୍ଜିବ ବର୍ମା, ସାଂସଦ ପ୍ରତିନିଧି ଅଶୋକ ସାହୁ, ଯୁବମୋର୍ଚ୍ଚା ସଭାପତି ସୁମନ୍ତ କୁମାର ନାଏକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁନ୍ଧତୀ ପାତ୍ର, ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ଅଶ୍ୱିନୀ ମାଝୀ, ଅଶୋକ ସାହୁ, ସସ୍ମିତା ଦ୍ୱିବେଦୀ, ସୁଧୀର ପରିଡା, ବିକାଶ ରାଏ, ପ୍ରତୀକ ମହାପାତ୍ର, ଅନୀଲ ଶାହା, ତପନ ମାଝି ଓ ଅନ୍ୟ ପ୍ରମୁଖ କର୍ମକର୍ତ୍ତାମାନେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

5 × 5 =