ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ : ୪ହଜାର ଲିଟରରୁ ଉର୍ଦ୍ଧ୍ବ ପୋଚ ନଷ୍ଟ,୧୦୦ ଲିଟର ମହୁଲି ମଦ ନଷ୍ଟ

0 282

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ପକ୍ଷରୁ ବିଭିନ୍ନ ବେଆଇନ୍ ମଦ ଭାଟିରେ ଚଢ଼ାଉ ।ଚାରି ହଜାର(୪୦୦୦) ଲିଟରରୁ ଉର୍ଦ୍ଧ୍ବ ମହୁଲ ପୋଚ ନଷ୍ଟ କରିବାସହ ଶହେ(୧୦୦) ଲିଟର ମହୁଲି ମଦ ଓ ୭୦ଟି ପ୍ଲାଷ୍ଟିକ୍ ଜାର୍ ଜବତ କରିଛି ବାଲିଗୁଡ଼ା ପୋଲିସ୍ । ଏଥିସହିତ ଜଣେ ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସାରା ବିଶ୍ବକୁ କଲବଲ କରୁଛି କରୋନା ଭୁତାଣୁ । ମହାମାରୀ କରୋନା ମୁକାବିଲା ନେଇ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଲକ୍ ଡାଉନ୍ ଯୋଗୁଁ ରାଜ୍ୟରେ ସବୁ ବିଦେଶୀ ମଦ ଦୋକାନ ବନ୍ଦ ରହିଛି । କିନ୍ତୁ କନ୍ଧମାଳରେ ଦେଶୀ ମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ବେଆଇନ୍ ଭାବରେ ଚାଲୁଛି ଦେଶୀ ମଦ କାରଖାନା ।

hiring

ଲକ୍ ଡାଉନ୍ ର ଫାଇଦା ନେଇ ବେଆଇନ୍ ଭାବରେ ଦୈନିକ ହଜାର ହଜାର ଲିଟର ମହୁଲି ମଦ ରନ୍ଧା ଓ ଚାଲାଣ ଚାଲିଛି ବାଲିଗୁଡ଼ା ଅଞ୍ଚଳରେ । ଲକ୍ ଡାଉନ୍ ଯୋଗୁଁ ପୋଲିସ୍ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ବ୍ୟସ୍ତ ରହୁଥିବାରୁ ଏହାର ଫାଇଦା ଉଠାଇବାକୁ ଚେଷ୍ଟା ଚଳାଇଛନ୍ତି ମଦ ମାଫିଆ ହେଲେ, ବାଲିଗୁଡ଼ା ପୋଲିସ୍ କିନ୍ତୁ ଲକ୍ ଡାଉନ୍ ଡିୟୁଟି ସମେତ ଅଞ୍ଚଳରେ ଚୋରା ଦେଶୀ ମଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯାରିରଖିଛି । ଗତ କିଛିଦିନ ହେବ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରି ହଜାର ହଜାର ଲିଟର ମହୁଲ ପୋଚ ନଷ୍ଟ କରିବାସହ ଅନେକ ଚୋରା ଦେଶୀମଦ ବେପାରୀ ଙ୍କୁ ଗିରଫକରି କୋର୍ଟ ଚାଲାଣ ମଧ୍ୟ କରିଛି ।ସୁତ୍ର ମୁତାବକ ବାଲିଗୁଡ଼ା ଥାନା ଅଞ୍ଚଳରେ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪୦୦୦ଲିଟରରୁ ଅଧିକ ପରିମାଣର ମହୁଲ ପୋଚ ନଷ୍ଟ କରିବା ସହ,୧୦୦ ଲିଟର ମହୁଲି ମଦ ସମେତ ୭୦ଟି ପ୍ଲାଷ୍ଟିକ୍ ଜାର୍ ଜବତ କରିଛି ପୋଲିସ୍ । ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ମାଫିଆମାନଙ୍କୁ ଖୋଜୁଛି ପୋଲିସ୍ ।
ପୂର୍ବ ସୂଚନା ଅନୁଯାୟୀ ବାଲିଗୁଡ଼ା ଆଇଆଇସି ପ୍ରଶାନ୍ତ କୁମାର ବେହେରା ଓ ଡିଏସପି ମନୋଜ କୁମାର ପୁଜାରୀ ଏକକ ସ୍ବତନ୍ତ୍ର ଟିମ୍ ଗଠନ କରି ବାଲିଗୁଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରିବା ସହ ବହୁ ପରିମାଣର ମଦ ରନ୍ଧା ସାମଗ୍ରୀ ମଧ୍ୟ ନଷ୍ଟ କରିଛି ପୋଲିସ୍ । ଘଟଣାରେ ଜଣେ ମାଫିଆକୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ସେପଟେ ବାଲିଗୁଡ଼ା ଥାନା ଅଞ୍ଚଳରେ ଏଭଳି ଚଢ଼ାଉ ଆଗକୁ ମଧ୍ୟ ଜାରିରହିବ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭାରପ୍ରାପ୍ତ ଡିଏସପି ମନୋଜ କୁମାର ପୁଜାରୀ ।

hiranchal ad1
Leave A Reply

Your email address will not be published.

eighteen − 11 =