ଜିଲ୍ଲାର ପ୍ରଥମ ଆଇଏଏସଙ୍କ ସହ କଲେଜ ଛାତ୍ରଛାତ୍ରୀଙ୍କ ଭାବବିନିମୟ

0 190

ସୁବର୍ଣ୍ଣପୁର: ସୋନପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାରୁ ପ୍ରଥମ କରି ସିଧାସଳଖ ଆଇ ଏ ଏସ ପାଇଥିବା କାର୍ତ୍ତିକ ପାଣିଗ୍ରାହୀଙ୍କ ସହିତ ଏକ ଭାବବିନିମୟ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଉପାଧ୍ୟକ୍ଷ ଅଶ୍ୱିନୀ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଆଇଏଏସ୍‌ କାର୍ତ୍ତିକ ପାଣିଗ୍ରାହୀ ନିଜ ସଫଳତାର ରଣକୌଶଳ ସମ୍ପର୍କରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିଥିଲେ । ଅବିଚଳିତ ଲକ୍ଷ୍ୟ ସହିତ ଯୋଜନାବଦ୍ଧ ପ୍ରସ୍ତୁତି ତାଙ୍କ ସଫଳତାର ମୁଖ୍ୟ ଚାବିକାଠି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିବା ସହ କେବଳ କଠିନ ପରିଶ୍ରମ ନୁହେଁ ବରଂ ସ୍ମାର୍ଟକାର୍ଯ୍ୟର ଆଧିକ ଗୁରୁତ୍ୱ ରହିଛି ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମକୁ ଓଡିଆ ବିଭାଗୀୟ ମୂଖ୍ୟ ଡକ୍ଟର ସୌରଭ ରଂଜନ ଖମାରୀ ସଂଚାଳନ କରିଥିବା ବେଳେ ଅଧ୍ୟାପକ ଆଶିଷକୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ନିରୂପମା ରଥ ଓ କୃଷ୍ଣ ଚନ୍ଦ୍ର ସେନାପତି କାର୍ଯ୍ୟକ୍ରମ ଆୟୋଜନରେ ବିଶେଷ ସହାୟତା କରିଥିଲେ ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେହିପରି ବିଜୁପଟ୍ଟନାୟକ ମହିଳା ମହାବିଦ୍ୟାଳୟ ତରଫରୁ ମଧ୍ୟ ଏକ କାର୍ଯ୍ୟକ୍ରମରେ ଆଇଏଏସ୍‌ ଶ୍ରୀ ପାଣିଗ୍ରାହୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

4 × 2 =