ତିନି ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ

0 51

ଘୁ.ଉଦୟଗିରି: ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ର ମାଉସୀମା ଘରୁ ରତ୍ନବେଦୀକୁ ବାହୁଡ଼ା ଯାତ୍ରାରେ ଆସିବା ପରେ ଶ୍ରୀମନ୍ଦିର ଉତ୍ସବ ମୁଖର । ଆଜି ତିନି ଠାକୁରଙ୍କ ସୁନାବେଶ ଦର୍ଶନ ନିମନ୍ତେ ସ୍ଥାନୀୟ ଅଞ୍ଚଳର ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ସେବାୟତମାନେ ସମସ୍ତ ରୀତିନୀତି ଅନୁସାରେ ମହାପ୍ରଭୁ ଜଗନ୍ନାଥ, ମା ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ରଙ୍କ ସୁନାବେଶରେ ସୁସଜ୍ଜିତ କରିବା ପରେ ବଡ଼ଦାଣ୍ଡରେ ଭକ୍ତ ମାନେ ଦର୍ଶନ କରିଥିଲେ । ୨ବର୍ଷର କୋରୋନା କଟକଣା ପରେ ମହାପ୍ରଭୁଙ୍କ ସୁନାବେଶ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା ମନ୍ଦିର ନିକଟ ବଡ଼ଦାଣ୍ଡ । ସୁନାବେଶ ଦେଖି ଭକ୍ତ ବିଭୋର ହେଉଥିବା ବେଳେ ପରିବେଶ ଭକ୍ତିମୟ ଥିବା ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

sixteen − 9 =