ବିରାଟଙ୍କ ଫର୍ମକୁ ନେଇ ରୋହିତ ଦେଲେ ବଡ ବୟାନ, କହିଲେ କପିଲଙ୍କ ସହ ମୁଁ ସହମତ ନୁହେଁ

0 80

ନୂଆଦିଲ୍ଲୀ:  ଇଂଲଣ୍ଡ ବିପକ୍ଷରେ ସରିଥିବା ଟି୨୦ ସିରିଜରେ ବିରାଟ କୋହଲିଙ୍କ ବ୍ୟାଟ୍ ନିରବ ରହିଥିଲା । ସେ ଦୁଇଟି ମ୍ୟାଚରୁ ମାତ୍ର ୧୨ ରନ୍ କରିଥିଲେ । ଫଳରେ ତାଙ୍କୁ ଟି୨୦ ଟିମରେ ସ୍ଥାନ ଦେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖରାପ ଫର୍ମ ପାଇଁ ତାଙ୍କୁ ଟି୨୦ରୁ ବାଦ୍ ଦେବାକୁ ଅନେକ ପୂର୍ବତନ ଖେଳାଳି ମତ ଦେଉଛନ୍ତି । ନିକଟରେ କପିଲ ଦେବ ମଧ୍ୟ ବିରାଟଙ୍କୁ ବାଦ୍ ଦେବା ଉପରେ ପ୍ରତିକ୍ରିୟା ଦେଇଥିଲେ । ଏବେ ଅଧିନାୟକ ରୋହିତ ଶର୍ମା ବିରାଟଙ୍କ ପାଇଁ ବାହାରିଛନ୍ତି । ଏହାସହ କପିଲଙ୍କ ବୟାନ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ।

hiring

ରୋହିତଙ୍କୁ ତୃତୀୟ ଟି୨୦ ପରେ ବିରାଟଙ୍କ ଉପରେ ପ୍ରଶ୍ନ କରାଯାଇଥିଲା  । ଏପରିକି କପିଲ ଦେବଙ୍କ ମତ ଉପରେ ପ୍ରତିକ୍ରିୟା ଦେବାକୁ କୁହାଯାଇଥିଲା । ଯାହାର ଉତ୍ତରରେ ରୋହିତ କହିଥିଲେ ଯେ, ସେ କପିଲଙ୍କ ବୟାନରେ ସହମତ ନୁହଁନ୍ତି ।ସେ କେବଳ ବାହାରୁ ଖେଳ ଦେଖୁଛନ୍ତି । ଦଳ ଭିତରେ କଣ ଚାଲିଛି ତାହା ସେ ଜାଣନ୍ତି ନାହିଁ । ଖେଳାଳିଙ୍କର ନିଜର ଭାବିବା ଶକ୍ତି ରହିଛି ।ଚୂଡାନ୍ତ ଏକାଦଶ ପୂର୍ବରୁ ଅନେକ ବିଚାର ବିମର୍ଶ କରିବାକୁ ହୁଏ । ଦଳର ଆଭ୍ୟନ୍ତରୀଣ ମାମଲା ଗୁରୁତ୍ୱପୂର୍ଣ୍ଣ ଓ ସେ ସବୁ ଖେଳାଳିଙ୍କ ସମର୍ଥନ କରନ୍ତି ବୋଲି କହିଛନ୍ତି ରୋହିତ ।

ହିଟମ୍ୟାନ୍ ଆହୁରି କହିଛନ୍ତି ଯେ, ଅନେକ ଖରାଫ ଫର୍ମ ଦେଇ ଗତି କରନ୍ତି ପୁଣି ଫେରନ୍ତି । ଏଥିରେ ଖେଳାଳିଙ୍କ ଦକ୍ଷତା ପ୍ରଭାବିତ ହୁଏ ନାହିଁ । ଏହାକୁ ଧ୍ୟାନରେ ରଖିବା ଦରକାର । ଅନେକ ବର୍ଷ ଧରି ଭଲ ପ୍ରଦର୍ଶନ କରୁଥିବା ଖେଳାଳି ଗୋଟିଏ ଦୁଇଟି ସିଜିନରେ ଖରାପ ପ୍ରଦର୍ଶନ କଲେ ସେ ଖରାପ ଖେଳାଳି ହୋଇଯାଏ ନାହିଁ । ପୂର୍ବ ଫର୍ମକୁ ନଜର ଅନ୍ଦାଜ କରିହେବ ନାହିଁ ବୋଲି ରୋହିତ କହିଛନ୍ତି ।

hiranchal ad1
Leave A Reply

Your email address will not be published.

10 + 1 =