ଚାଲିଗଲା ବାତ୍ୟା : ଗଛପଡ଼ି ରାସ୍ତାଘାଟ ଜାମ, ଜିଲ୍ଲାରେ ୩୮୪ ମିମି ବର୍ଷା

0 119

ଭଦ୍ରକ: ବାତ୍ୟା ‘ଅମ୍ଫନ’ ତାର ନିର୍ଦ୍ଧାରିତ ସମୟ ଓ ନିର୍ଦ୍ଧାରିତ ପଥ ଦେଇ ଯାଇ ସାରଛିି । ସୁନ୍ଦରବନରେ ନିର୍ଦ୍ଧାରିତ ସମୟରେ ଲ୍ୟାଣ୍ଡଫଲ କରିଛି । ତେବେ ଏହାର ପ୍ରଭାବରେ ଜିଲ୍ଲାରେ ଧନଜୀବନ କ୍ଷତି ନ ହୋଇଥିଲେ ମଧ୍ୟ ବହୁ ଗଛ ଉପୁଡି ପଡ଼ିଛି । କିଛି ଗଛ ଲୋକଙ୍କ ଘର ଉପରେ ମଧ୍ୟ ପଡ଼ିଥିବା ବେଳେ ବହୁ ଗଛ ରାସ୍ତା ଉପରେ ପଡି ରାସ୍ତା ଜାମ କରିଛି । ବିଦ୍ୟୁତ ଖୁଣ୍ଟି ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ ସରବରାହରେ ବ୍ୟାଘାତ ହୋଇଛି । ତେବେ ନିୟୋଜିତ ୩ଟି ଏନଡିଆରଏଫ ଓ ୨ଟି ଓଡ୍ରାଫ, ୮ଟି ଦମକଳକେନ୍ଦ୍ରର ଅଗ୍ନିଶମ କର୍ମଚାରୀମାନେ ବିିଭନ୍ନ ଯନ୍ତ୍ରପାତି ସହାୟତାରେ ଗଛସବୁ କାଟି ରାସ୍ତା ପରିଷ୍କାର କରିବାରେ ଲାଗିଛନ୍ତି ।

hiring

ମଙ୍ଗଳବାର ରାତିରୁ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିଲା ଏହା ସହିତ ପବନ ମଧ୍ୟ ବୋହିବାରେ ଲାଗିଥିଲା । ରାତିରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଜିଲ୍ଳା ପ୍ରଶାସନ ପକ୍ଷରୁ ମିଳିଥବା ସୂଚନା ଅନୁଯାୟୀ ଜିଲ୍ଳାର ସମସ୍ତ ୨୧୮ ପଞ୍ଚାୟତର ୧୩୭୩ ଗ୍ରାମ କ୍ଷତିଗ୍ରସ୍ତ ହୋଇଛି । ଏଥି ସହିତ ୪ ଟି ପୌରାଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହା ଦ୍ୱାରା ପ୍ରାୟ ସାଢେ ୭ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରଶାସନ ୩୧ହଜାର ୧୭ଜଣଙ୍କୁ ସ୍ଥାନାନ୍ତର କରି ୫୬୧ ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟରେ ରଖାଯାଇଛି । ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଇଛି । ୮ଟି ମେଡିକାଲ ଟିମ ସ୍ୱାସ୍ଥ୍ୟ ସେବା ଯୋଗାଇଛି । ଗର୍ଭବତୀ ମହିଳା ମୋଟ ୨୧୮ଜଣଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦ ଜଣ ପିଲା ଜନ୍ମ କରିଛନ୍ତି । ଏହି ସମୟ ମଧ୍ୟରେ ମୋଟ ୩୮୪.୬ ମିଲିମିଟିର ବର୍ଷା ହୋଇଛି । ଭଦ୍ରକରେ ୪୪, ଭଣ୍ଡାରିପୋଖରୀରେ ୪୧, ବାସୁଦେବପୁରରେ ୬୫, ବନ୍ତରେ ୨୪, ଚାନ୍ଦବାଲିରେ ୭୦.୬, ଧାମନଗରରେ ୭୦ ଓ ତିହିଡ଼ିରେ ୬୮ ମି.ମି. ବର୍ଷା ହୋଇଥିବା ରେକର୍ଡ ହୋଇଛି ।

hiranchal ad1
Leave A Reply

Your email address will not be published.

five + 7 =