ଚଣ୍ଡିଖୋଲ : ଚଣ୍ଡିମନ୍ଦିର ଛକ ବାରୁଣାବନ୍ତ ପର୍ବତର ପାଦଦେଶରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଉଥିବା ପ୍ରାଙ୍ଗଣରେ ଶତାଧିକ ନିମ ବୃକ୍ଷ ବାହୁଡା ଅବସରରେ ରୋପଣ କରାଯାଇଅଛି । ପ୍ରତି ଦଶବର୍ଷରେ ଥରେ ଜଗନ୍ନାଥଙ୍କ ନବ କଳେବର ପଡୁଥିବା ନିମନ୍ତେ ନିମ ଦାରୁର ଆବଶ୍ୟକତା ଥିବାରୁ ଏହି ବୃକ୍ଷ ଭକ୍ତ ମାନେ ରୋପଣ କରିଥିଲେ
। ଏହି ଧାର୍ମିକ କାର୍ଯ୍ୟରେ ମୁଖ୍ୟ ପୁରଧା ପ୍ରକାଶ କୁମାର ସାହୁ, ଇତା ବିଶ୍ୱାଳ, ମଦନ ମୋହନ ପରମାଣିକ, ଅନୁଶୟା ସାମଲ ସୁଧୀର ପ୍ରତାପ ସିଂହ, ଚିତ୍ତରଞ୍ଜନ ରାଏ ବାଞ୍ଛାନିଧି ବିଶ୍ୱାଳ, ହିମାଂଶୁ ରଂଜନ ମଲ୍ଲିକ, ବିରିବେଶ ବିତ୍, ଅନିଲ କୁମାର ଦାସ ପ୍ରମୁଖ ପୂଜାର୍ଚ୍ଚନା ପୂର୍ବକ ନିମ ବୃକ୍ଷ ଲଗାଇଥିଲେ ।ଏହି କାର୍ଯ୍ୟକ୍ରମ ଉଦୀୟମାନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା ।