ଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଆଜି ହୋଇପାରେ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କାହାକୁ ମିଳିବ ସ୍ଥାନ

0 90

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳ ଆଜିଠାରୁଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବାକୁ ପଡିବ । ଏହା ପରେ ଆଉ ଏକ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଖେଳିବ । ଏହା ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ସିରିଜ୍‌ ଖେଳାଯିବ । ଏହି ଟି -୨୦ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆ ଦଳ ଆଜି ଘୋଷଣା ହେବାର ସମ୍ଭାବନା ରହିଛି ।
ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜରେ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍ରା ଏବଂ ଋଷଭ ପନ୍ତଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । କିନ୍ତୁ ଏହି ଖେଳାଳିମାନେ ଟି -୨୦ ସିରିଜରେ ଉପଲବ୍ଧ ହେବାର ସମସ୍ତ ସମ୍ଭାବନା ରହିଛି । ଚଳିତ ବର୍ଷ ଏସିଆ କପ୍‌ ଟି -୨୦ ଫର୍ମାଟରେ ଏବଂ ପରେ ଅକ୍ଟୋବର-ନଭେମ୍ବରରେ ଟି -୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଭାରତୀୟ ଦଳ ଚଳିତ ବର୍ଷ ଟି -୨୦ ମ୍ୟାଚକୁ ଗମ୍ଭୀରତାର ସହ ନେଉଛି ।
ଇଂଲଣ୍ଡ ବିପକ୍ଷ ଗତ ଦୁଇଟି ମ୍ୟାଚରେ ଟିମ୍‌ ଇଣ୍ଡିଆର ଅଂଶବିଶେଷ ଥିବା ସମାନ ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । ଏଭଳି ପରିସ୍ଥିତିରେ ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ରାହୁଲ ତ୍ରିପାଠୀ ଏବଂ ଭେଙ୍କଟେଶ ଆୟରଙ୍କ ଭଳି ଖେଳାଳିଙ୍କୁ ବାହାରେ ବସିବାକୁ ପଡ଼ିବ । ଅନେକ ଖେଳାଳି ଦିନିକିଆ ସିରିଜର ଅଂଶ ଅଛନ୍ତ, କିନ୍ତୁ ସେମାନେ ଟି -୨୦ ସିରିଜରେ ଖେଳିବେ ନାହିଁ । ଭାରତର ଦଳ ଆମେରିକାରେ ୱେଷ୍ଟଇଣ୍ଡିଜ୍‌ ସହିତ ଦୁଇଟି ମ୍ୟାଚ୍‌ ଖେଳିବ ।
ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପାଇଁ ସମ୍ଭାବ୍ୟ ଟି -୨୦ ଦଳ
ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଉଇକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ରବିନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଜସପ୍ରୀତ ବୁମରା, ଯୁଜଭେନ୍ଦ୍ର ଚହଲ, ଇଶାନ କିଶାନ, ଦୀପକ ହୁଡା, ଆବେଶ ଖାନ, ରବି ବିଷ୍ଣୋଇ ଏବଂ ଉମ୍ରାନ ମଲିକ

hiranchal ad1
Leave A Reply

Your email address will not be published.

nineteen + 19 =