ମହାପ୍ରଭୁଙ୍କ ନୀଳାଦ୍ରି ବିଜେ

0 43

ଘୁ ଉଦୟଗିରି: ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ମା’ ସୁଭଦ୍ରା ମାଉସୀ ମା ଘରୁ ରଥଯାତ୍ରା ସାରି ବଡ଼ ଏକାଦଶୀରେ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ଶ୍ରୀମନ୍ଦିରକୁ ଫେରିଛନ୍ତି । ରତ୍ନ ସିଂହାସନରେ ବିଜେ ହୋଇଛନ୍ତି । ନୀଳାଦ୍ରି ବିଜେ ସମୟରେ ତିନି ଠାକୁରଙ୍କ ପଣ୍ଡା ମାନେ ରଥରୁ ପହଣ୍ଡି କରି ମନ୍ଦିରକୁ ନେବା ବେଳେ ମନ୍ଦିରରେ ମା ଲଷ୍ମୀଙ୍କ ରାଗକୁ ଶାନ୍ତ କରିବା ନିମନ୍ତେ ରସଗୋଲା ଦେଇ ମାନସଭଞ୍ଜନ କରି ଶ୍ରୀମନ୍ଦିରକୁ ଚତୁର୍ଦ୍ଧା ମୁରତୀଙ୍କ ପ୍ରବେଶ ହୋଇଛି । ଆଜି ମନ୍ଦିର ପୂଜକ ଅଚ୍ୟୁତାନନ୍ଦ ପଣ୍ଡା,ମାନସ ପଣ୍ଡା ଏବଂ ଚନ୍ଦ୍ରକାନ୍ତ ପଣ୍ଡା ମହାପ୍ରଭୁଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମନ୍ଦିର ପରିଚାଳନା କମିଟି ଉପସଭାପତି କାଳୁଚରଣ ପଣ୍ଡା,କୋଷାଧ୍ୟକ୍ଷ ଅଶୋକ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

16 + nine =